ଖରା ବର୍ଷାରେ ଖତ ଖାଉଛି ଦିବ୍ୟାଙ୍ଗଙ୍କ ପାଇଁ ଆସିଥିବା ତିନି ଚକିଆ ସାଇକେଲ୍
ଲକ୍ଷ୍ମୀପୁର – କଥାରେ ଅଛି ସରକାରଙ୍କ ମାଲ ଦରିଆମେ ଡାଲ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ଲକ୍ଷ୍ମୀପୁର ବ୍ଲକରେ । ଦିବ୍ୟାଙ୍ଗଙ୍କ ଉଦ୍ଧିଷ୍ଟ ତିନି ଚକିଆ ଟ୍ରାୟ ସାଇକେଲ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି । ଲକ୍ଷ୍ମୀପୁର ବ୍ଲକର ଦିବ୍ୟାଙ୍ଗଙ୍କ ପାଇଁ ବହୁ ସଂଖ୍ୟକ ତିନି ଚକିଆ ସାଇକେଲ ଯାହା ଆସିଥିଲା । ଏହାକୁ ସୁରକ୍ଷିତ ସ୍ଥାନରେ ରଖା ନଯାଇ ଏକ ଛାତ ଉପରେ ରଖାଯାଇଛି । ଫଳରେ ଖରା ବର୍ଷାରେ ସାଇକେଲ୍ ଗୁଡିକ ଖତ ଖାଉଛି ।
ଏହାର ଦାୟିତ୍ୱର ଥିବା ଅଧିକାରୀଙ୍କ ଖାମଖିଆଲ ମନୋଭାବଯୋଗୁଁ ଏପରି ହୋଇଥିବା ଅଭିଯୋଗ ହୋଇଛି ।
Comments are closed.