www.samajalive.in
Sunday, December 7, 2025
26.1 C
Bhubaneswar

ଜାନୁଆରୀ ସୁଦ୍ଧା ଶିକ୍ଷାଦାନରେ ସାମିଲ ହେବେ ୨୦ ହଜାର ଶିକ୍ଷକଶିକ୍ଷୟିତ୍ରୀ

ଭୁବନେଶ୍ବର  : ରାଜ୍ୟରେ ଥିବା ବିଭିନ୍ନ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦ ଖୁବଶୀଘ୍ର ପୂରଣ ହେବ। ରାଜ୍ୟରେ ଚାଲିଥିବା ଶିକ୍ଷକ ନିଯୁକ୍ତି ପରୀକ୍ଷା ଆସନ୍ତା ୧୭ ତାରିଖରେ ଶେଷ ହେବ। ପରୀକ୍ଷା ସରିବା ପରେ ଶୀଘ୍ର ମୂଲ୍ୟାୟନ ଓ ଫଳ ପ୍ରକାଶ ଉପରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା) ପକ୍ଷରୁ ଗୁରୁତ୍ବ ଦିଆଯାଉଛି। ପରୀକ୍ଷା ପରିଚାଳନାକୁ ତ୍ରୁଟିଶୂନ୍ୟ କରିବା ପାଇଁ ନିୟମିତ ଭାବେ ସମୀକ୍ଷା କରାଯାଉଛି।
ସୂଚନା ଅନୁଯାୟୀ ପ୍ରଥମରୁ ପଞ୍ଚମ ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଥିବା ସ୍କୁଲଗୁଡ଼ିକରେ ‘ସମଗ୍ର ଶିକ୍ଷା ଯୋଜନା’ରେ କନିଷ୍ଠ ଶିକ୍ଷକ(ସ୍କିମେଟିକ୍) ନିଯୁକ୍ତି ପାଇବେ। ଏଥିପାଇଁ ୫୮ଟି କେନ୍ଦ୍ରରେ ପରୀକ୍ଷା ଚାଲିଛି। ଚଳିତ ମାସ ୧୭ରେ ଏହି ପରୀକ୍ଷା ଶେଷ ହେବ। ମୋଟ ୯୩ ହଜାର ୯୬୬ ଜଣ ପରୀକ୍ଷା ଦେବେ। ପରୀକ୍ଷା ସୁପରିଚାଳନାକୁ ନେଇ ଓସେପା ପକ୍ଷରୁ ସମୀକ୍ଷା କରାଯାଇଛି।
ନିଯୁକ୍ତି ପ୍ରକ୍ରିୟା ତ୍ଵରାନ୍ବିତ କରିବାକୁ ଯୋଜନା କରାଯାଇଛି। ପରୀକ୍ଷା ସରିବା ମାତ୍ରେ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ। ଡିସେମ୍ବର ୧୭ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଡିସେମ୍ବର ୩୧ ସୁଦ୍ଧା ଯୋଗ୍ୟ ବିବେଚତି ପ୍ରାର୍ଥୀଙ୍କର କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହେବ।
ନୂତନ ଭାବେ ନିଯୁକ୍ତି ପାଇବାକୁ ଥିବା ଶିକ୍ଷକଶିକ୍ଷୟିତ୍ରୀ ଆସନ୍ତା ଜାନୁଆରୀରୁ ୩୦ ଜିଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ଦାନ କାର୍ଯ୍ୟରେ ନିୟୋଜିତ ହେବେ। ଏହି କନିଷ୍ଠ ଶିକ୍ଷକ(ସ୍କିମେଟିକ୍)ମାନେ (ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ) ଶିକ୍ଷା ଅଧିକାର ଆଇନ ଅନ୍ତର୍ଗତ ସମଗ୍ର ଶିକ୍ଷା ଯୋଜନାରେ ଜିଲା ପରିଷଦ ଦ୍ୱାରା ନିଯୁକ୍ତି ପାଇବେ। ସଂପୃକ୍ତ ଜିଲାର ଜିଲାପାଳ ଶିକ୍ଷକଙ୍କୁ ନିଯୁକ୍ତି ଦେବାର କାର୍ଯ୍ୟକ୍ରମ ରହିଛି। ଜିଲା ସ୍ତରରେ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦକୁ ଦୃଷ୍ଟିରେ ରଖି ସଂପୃକ୍ତ ଜିଲା ଶିକ୍ଷା ଅଧିକାରୀ ନିଯୁକ୍ତ ହେବାକୁ ଥିବା ଶିକ୍ଷକଙ୍କୁ ବିଭିନ୍ନ ବିଦ୍ୟାଳୟରେ ନିଯୁକ୍ତି ଦେବେ। ପରୀକ୍ଷା ସରିବା ପରେ ଶିକ୍ଷକଙ୍କ ନିଯୁକ୍ତିକୁ ନେଇ ଓସେପା ପକ୍ଷରୁ ମାନଦଣ୍ଡ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଅନୁପମ ଶାହା କହିଛନ୍ତି, ୫-ଟି ଆଧାରରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ବିଦ୍ୟାଳୟରେ ମାନବ ସମ୍ବଳ ସୁଦୃଢ କରିବା ପୂର୍ବକ ଜାନୁଆରୀରୁ କିଭଳି ଭାବେ ଶିକ୍ଷକ ପାଠପଢାରେ ନିୟୋଜିତ ହୋଇପାରିବେ ସେ ଦିଗରେ ଆ‌େ‌ମ କାମ କରୁଛୁ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories