www.samajalive.in
Sunday, December 14, 2025
26.1 C
Bhubaneswar

ରୋଚକ ସ୍ଥିତିରେ ସେମି ଦୌଡ଼ : ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ମ୍ୟାଚ ଉପରେ ପାକିସ୍ତାନର ନଜର

ଅହମ୍ମଦାବାଦ୍‌  : ଚଳିତ ଆଇସିସି ଦିନିକିୖୖଆ ବିଶ୍ବକପ ମ୍ୟାଚ ଯେତିକି ସରିସରି ଆସୁଛି ରୋମାଞ୍ଚ ସେତିକି ବଢିବାରେ ଲାଗିଛି । ଏବେ ସେମିଫାଇନାଲ ଦୌଡ଼କୁ ନେଇ ଦଳ ଗୁଡ଼ିକ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିିଛି। ସେମିଫାଇନାଲରେ ସ୍ଥାନ ସୁରକ୍ଷିତ ନେଇ ଭାରତ ଓ ଦକ୍ଷିଣ ଆଫ୍ରିକାକୁ ବାଦ୍‌ ଦେଲେ ଅନ୍ୟ ୨ଟି ଦଳ ପାଇଁ ଲ​‌େ​‌ଢଇ ଜୋରଦାର ହେଉଛି। ଏକଦା ସେମିଫାଇନାଲ ଦୌଡ଼ର ବିଦାୟ ଦ୍ବାରରେ ପହଞ୍ଚିଥିବା ପାକିସ୍ତାନ ପ୍ରତ୍ୟାବର୍ତ୍ତନ କରିବା ସହିତ ସୁଯୋଗ ସୃ​‌ଷ୍ଟି କରିଛି। ଶନିବାର ଡକ୍‌ୱଥ ଲୁଇସ ନିୟମରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ପରେ ସ୍ଥିତି ରୋଚକ ହୋଇଛି। ପାକିସ୍ତାନ , ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ୪ଟି ଲେଖାଏଁ ମ୍ୟାଚ ଜିତି ସମାନ ସ୍ଥିତିରେ ରହିଛନ୍ତି। ଅଷ୍ଟ୍ରେଲିଆ ୭ଟି ମ୍ୟାଚରୁ ୫ଟି ବିଜୟ ସହ ସେମିଫାଇନାଲ ନିକଟତର ହୋଇଛି। ଦଳ ଆଉ ଦୁଇଟି ଲିଗ୍‌ ମ୍ୟାଚ ଆଫଗାନିସ୍ତାନ ଓ ବାଂଲାଦେଶ ବିପକ୍ଷରେ ଖେଳିବ। ଉକ୍ତ ଦୁଇ ମ୍ୟାଚରୁ ଗୋଟିଏ ବିଜୟ ହାସଲ କରିପାରିଲେ ସେମିଫାଇନାଲରେ ପହଞ୍ଚିବ। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ୪ର୍ଥ ଦଳ ଲାଗି ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଟକ୍କର ହେବ। ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ୮ଟି ଲେଖାଏଁ ମ୍ୟାଚ ଖେଳି ୪ଟି ଲେଖାଏଁ ବିଜୟ ହାସଲ କରିଛନ୍ତି। ଦଳ ନିକଟରେ ଆଉ ଗୋଟିଏ ଲେଖାଏଁ ମ୍ୟାଚ ରହିଛି। ନ୍ୟୁଜିଲାଣ୍ଡ ଯଦି ଶେଷ ମ୍ୟାଚରେ ଶ୍ରୀଲଙ୍କାକୁ ଓ ପାକିସ୍ତାନ ଯଦି ଶେଷ ମ୍ୟାଚରେ ଇଂଲଣ୍ଡକୁ ପରାସ୍ତ କରେ ଓ ଆଫଗାନିସ୍ତାନ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୁଏ ତେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନର ସମାନ ପଏଣ୍ଟ ହେବ। ଏଭଳି ସ୍ଥିତିରେ ରନ୍‌ ରେଟ୍‌ ଆଭରେଜରେ ଗୋଟିଏ ଦଳ ସେମିଫାଇନାଲକୁ ଉନ୍ନୀତ ହେବ। ଅନ୍ୟପକ୍ଷରେ ଯଦି ନ୍ୟୁଜିଲାଣ୍ଡ ଶେଷ ମ୍ୟାଚରେ ଶ୍ରୀଲଙ୍କା ନିକଟରୁ ପରାଜିତ ହୁଏ ଓ ଆଫଗାନିସ୍ତାନ ​‌େ​‌ଶଷ ଦୁଇ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୁଏ ତେବେ ପାକିସ୍ତାନ ଶେଷ ମ୍ୟାଚରେ ଇଂଲଣ୍ଡକୁ ହରାଇ ସେମିଫାଇନାଲରେ ପହଞ୍ଚିପାରିବ। ଏବେ ପାକିସ୍ତାନର ପ୍ରଥମ ନଜର ରହିବ ୭ରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ-ଆଫଗାନିସ୍ତାନ ଓ ୯ରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମ୍ୟାଚ ଉପରେ ରହିବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories