ମାଛ ଧରିବାକୁ ଯାଇ ପାଣିରେ ବୁଡି ଜଣେ ମୃତ
ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ କୃଷ୍ଣପାଲି ଗ୍ରାମରେ ଏକ ଅଘଟଣ ଘଟିଛି। ମାଛ ଧରିବାକୁ ଯାଇ ଜଣେ ମତ୍ସ୍ୟଜୀବୀ ଲକ୍ଷ୍ମୀ ନାଳରେ ବୁଡି ମୃତ୍ୟୁ ବରଣ କରିଥିବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ କୃଷ୍ଣ ପାଲି ଗ୍ରାମର ସୁନିଲ ବେହେରା (୩୫) ପ୍ରତିଦିନ ଭଳି ଆଜି ଲଷ୍ମୀ ନାଳକୁ ମାଛ ମାରିବାକୁ ଯାଇ ପାଣିରେ ବୁଡି ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି। ବିଶେଷ ସୂତ୍ରରୁ ଖବର ପାଇ ପରିବାର ଲୋକେ ସୁନିଲର ମୃତ ଦେହକୁ ନାଳରୁ ଉଦ୍ଧାର କରି ଘରକୁ ଆଣିବା ପରେ ପୁରୁଣାକଟକ ଥାନାକୁ ଖବର ଦେଇଥିଲେ। ଖବର ପାଇ ପୁରୁଣାକଟକ ପୁଲିସ ମୃତଦେହ ଜବତ କରିବା ସହ ଶଵ ବ୍ୟବଛେଦ ପାଇଁ ବୌଦ୍ଧ ମେଡିକାଲ ପଠାଯାଇଥିବା ଜଣାପଡିଛି।ସୁନିଲଙ୍କ ମୃତ୍ୟୁ ପରେ ବିଧବା ମା ଓ ସ୍ତ୍ରୀ, ଛୋଟ ଛୋଟ ଦୁଇ ପୁଅ ଓ ଝିଅ ବେସହାରା ହୋଇ ପଡିଛନ୍ତି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ପୁରୁଣାକଟକ ଆଇଆଇସି ରଞ୍ଜିତ ମୁନିଙ୍କୁ ପଚାରିବାରୁ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି, ସୋମବାର ଶଵ ବ୍ୟବଚ୍ଛେଦ କରାଯିବ ବୋଲି କହିଥିଲେ।
Comments are closed.