www.samajalive.in
Sunday, December 14, 2025
14.1 C
Bhubaneswar

ବ୍ରହ୍ମପୁର ବିଧାୟକଙ୍କ ବଦାନ୍ୟତା, କଟକ ମେଡିକାଲରୁ ଘରକୁ ଆସିଲା ମୃତଦେହ

ଗୋପାଳପୁର : ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିଷି ଗ୍ରାମର ନାରାୟଣ ସାହୁଙ୍କର କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ପରିବାର ଲୋକ ମୃତ ନାରାୟଣଙ୍କ ପାର୍ଥିବ ଶରୀରକୁ ଗାଁକୁ ଆଣିବାକୁ ଆର୍ଥିକ ସ୍ତରରେ ଅସାମର୍ଥ ପ୍ରକାଶ କରି ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡାଙ୍କୁ ସାହାଯ୍ୟ ମାଗିଥିଲେ। ବିଧାୟକ ବିକ୍ରମ ଏଥି ପ୍ରତି ଗୁରୁତ୍ବ ଦେବା ସହ ତତକ୍ଷଣାତ ମୃତକ ନାରାୟଣଙ୍କ ମର ଶରୀର ଗାଁକୁ ଫେରିବା ନିମନ୍ତେ ଆମ୍ବୁଲାନ୍ସର ବ୍ୟବସ୍ଥା କରାଇଥିଲେ। ଶନିବାର ରାତିରେ ମୃତକ ନାରାୟଣଙ୍କ ପରିବାର ସଦସ୍ୟ  କଟକରୁ କନିଷି ଆସିଥିଲେ। ମୃତ ଶରୀର ଗାଁରେ ପହଞ୍ଚିବା ପରେ ନିଜେ ବିକ୍ରମଙ୍କ ସମେତ ଜିଲ୍ଲା ପରିଷଦ ଉପସଭାପତି ରାଜେଶ୍ବରୀ ଦୋରା, ବ୍ଲକ ବିଜେଡି ସଭାପତି ଅଜିତ ଦାସ, ପାରଳାଖେମୁଣ୍ଡି ବିଧାନସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଶଶିଭୂଷଣ ମହାନ୍ତି  ବାସଭବନରେ ଉପସ୍ଥିତ ରହି ପରିବାରବର୍ଗଙ୍କୁ ସାହସ, ଧୈଯ୍ୟ ରଖିବା ପାଇଁ ସମବେଦନା ଜଣାଇବା ସହିତ ପାର୍ଥିବ ଶରୀରକୁ ଶ୍ମଶାନଘାଟରେ ପହଞ୍ଚାଇ ଶେଷକୃତ୍ୟ ସମ୍ପନ୍ନ ହେବା ପର୍ଯ୍ୟନ୍ତ ଆବଶ୍ୟକୀୟ ମାନସିକ ତଥା ଆର୍ଥକ ସ୍ତରରେ ସାହାଯ୍ୟର ହାତବଢାଇ ଥିଲେ। ବିଧାୟକ ଶ୍ରୀ ପଣ୍ଡାଙ୍କ ଏପରି ମାନବିକତାକୁ ସାଧାରଣରେ ପ୍ରଶଂସା କରାଯାଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories