www.samajalive.in
Saturday, December 6, 2025
23.1 C
Bhubaneswar

ଖଲିସ୍ତାନୀ ଆତଙ୍କୀ ଟାର୍ଗେଟରେ ଏୟାର ଇଣ୍ଡିଆ ବିମାନ; କ୍ରିକେଟ୍ ବିଶ୍ୱକପ୍ ଦିନ..

ନୂଆଦିଲ୍ଲୀ: ବ୍ୟାନ୍‌ ହୋଇଥିବା ଆତଙ୍କୀ ସଂଗଠନ ‘ଶିଖ୍ ଫର ଜଷ୍ଟିସ୍’ର ମୁଖ୍ୟ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍ ପୁଣି ଥରେ ଭାରତକୁ ଧମକ ଦେଇଛି। ସାମାଜିକ ଘଣମାଧ୍ୟମରେ ଏକ ଭିଡିଓ ବାର୍ତ୍ତା ଜରିଆରେ ପନ୍ନୁନ୍‌ ଚେତାବନୀ ଦେଇଛି ଯେ, ଶିଖ୍ ସମ୍ପ୍ରଦାୟର କୌଣସି ବ୍ୟକ୍ତି ନଭେମ୍ବର ୧୯ରେ ଏୟାର ଇଣ୍ଡିଆ ବିମାନ ଯୋଗେ ଯାତ୍ରା କରନ୍ତୁ ନାହିଁ। ଏହି ଦିନ ସେମାନଙ୍କ ଜୀବନ ବିପଦରେ ପଡ଼ିପାରେ।

ଖଲିସ୍ତାନୀ ଆତଙ୍କୀ ଭାରତକୁ ଚେତାବନୀ ଦେଇ ଆହୁରି କହିଛି ଯେ, ଏହି ଦିନ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ବନ୍ଦ ରହିବ। ଏଥିସହ ଦିଲ୍ଲୀର ଏହି ବିମାନବନ୍ଦରର ନାମ ପରିବର୍ତ୍ତନ କରାଯାଇ ଶହୀଦ ବେଅନ୍ତ ସିଂହ, ଶହୀଦ ସତୱନ୍ତ ସିଂ ଖଲିସ୍ତାନ ବିମାନବନ୍ଦର ହେବ ବୋଲି ଧମକ ଦେଇଛି ପନ୍ନୁନ। ସେ ଏହା ମଧ୍ୟ କହିଛି ଯେ, ନଭେମ୍ବର ୧୯ ହେଉଛି ସେହିଦିନ, ଯେଉଁଦିନ ‘ବିଶ୍ୱ ଆତଙ୍କବାଦୀ କପ୍’ର ଫାଇନାଲ୍ ଅଛି। ‘କ୍ରିକେଟ୍ ବିଶ୍ୱକପ୍’କୁ ‘ବିଶ୍ୱ ଆତଙ୍କବାଦୀ କପ୍’ ବୋଲି କହି ଆତଙ୍କବାଦୀ ଏହି ଧମକ ଦେଇଛି। ବିଶ୍ବକପ୍‌ର ଆୟୋଜନ ଅହମଦାବାଦରେ କରାଯାଉଛି। ଏହିଦିନ ପନ୍ନୁନ୍‌ ଏୟାର ଇଣ୍ଡିଆ ବିମାନକୁ ବିସ୍ଫୋରଣରେ ଉଡ଼ାଇବାକୁ ଧମକ ଦେଇଛି।

- Advertisement -

ସୂଚନାଯୋଗ୍ୟ, ୧୯୮୫ ମସିହା ଜୁନ୍ ୨୩ ତାରିଖରେ ସମାନ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଯେଉଁଥିରେ ୩୨୯ ଜଣଙ୍କର ମୃତ୍ୟୁ ଘଟିଥିଲା, ଯେତେବେଳେ ଜଷ୍ଟିନ ଟ୍ରୁଡୋଙ୍କ ପିତା କାନାଡ଼ାର ପ୍ରଧାନମନ୍ତ୍ରୀ ଥିଲେ।

 

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories