ଡିଏଭି ଜୋନର ତୀରନ୍ଦାଜ ପ୍ରତିଯୋଗିତା; ଡିଏଭି ଲାଞ୍ଜିଗଡ଼ର କ୍ଷୀରୋଦ ଓ ପିଭିଶ୍ରୀ ପ୍ରଥମ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ଅନ୍ତର୍ଗତ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟରେ ଡିଏଭି ଜୋନର ତୀରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ଉତ୍ସବଟିକୁ ବେଦାନ୍ତ ଲିମିଟେଡ଼ର ଡେପୁଟି ସିଇଓ ଜି. ଜି ପଲ୍ ଉଦଘାଟନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତା ପ୍ରାରମ୍ଭିକ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

prayash

ସୂଚନା ଅନୁଯାୟୀ, ଉକ୍ତ ତୀରନ୍ଦାଜ ପ୍ରତିଯୋଗିତାରେ ଡିଏଭି ଟେନସା, ଡିଏଭି ଭଞ୍ଜନଗର ଏବଂ ଡିଏଭି ଲାଞ୍ଜିଗ଼ଡର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ବାଳକ ବିଭାଗରେ ଡିଏଭି ଲାଞ୍ଜିଗଡ଼ ଚମ୍ପିୟାନ ହୋଇଥିବା ବେଳେ ରନର୍ସ ଅପ୍‌ ହୋଇଥିଲା ଡିଏଭି ଭଞ୍ଜନଗର। ସେହିପରି ବାଳିକା ବିଭାଗରେ ଡିଏଭି ଲାଞ୍ଜିଗଡ଼ ଚାମ୍ପିୟାନ ହୋଇଥିବା ବେଳେ ଡିଏଭି ଟେଂସା ରନର୍ସ ଅପ୍ ହୋଇଥିଲା । ବାଳକ ବିଭାଗରେ ଡିଏଭି ଲାଞ୍ଜିଗ଼ଡର କ୍ଷୀରୋଦ କୁମାର ପ୍ରଥମ, ହେମନ୍ତ କୁମାର ସେଠୀ(ଡିଏଭି ଭଞ୍ଜନଗର) ଦ୍ୱିତୀୟ ଓ ରାଜୀବ ପାତ୍ର(ଡିଏଭି ଲାଞ୍ଜିଗଡ଼) ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ବାଳିକା ବିଭାଗରେ ଡିଏଭି ଲାଞ୍ଜିଗଡ଼ର ପିଭିଶ୍ରୀ ପୂଜିତା ପ୍ରଥମ, ସଙ୍ଗୀତା ମାଝୀ ଦ୍ୱିତୀୟ ଓ ସି.ଶ୍ରାଗ୍ଭି ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଥିଲେ। ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଡିଏସଓ ରମେଶ ଚନ୍ଦ୍ର ପାଢ଼ୀ, ସମ୍ମାନିତ ଅତିଥି ଭାବରେ ଡିପିଇଓ ସଞ୍ଜୟ କୁମାର ମିଶ୍ର ଏବଂ ମାମତାଞ୍ଜଳି ହୋତା ଯୋଗ ଦେଇଥିଲେ। ଏଥିରେ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉକ୍ତ ପ୍ରତିଯୋଗିତାରେ ରାଜ୍ୟ ସ୍ତରୀୟ ବିଚାରକ ଭାବରେ ଟିକିଲି ମହାକୁଲ ଏବଂ ଶକୁନ୍ତଳା ଶବର ଯୋଗଦେଇ ସମ୍ପୂର୍ଣ୍ଣ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ବିଦ୍ୟାଳୟ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଭାବରେ ଓଡ଼ିଶୀ ନୃତ୍ୟ, ଶିବ ତାଣ୍ଡବ, ସମ୍ବଲପୁରୀ ଲୋକନୃତ୍ୟ ଆଦି ଉପସ୍ଥାପିତ ହୋଇ ଲୋକମାନଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଏହି କ୍ରୀଡ଼ା ଉତ୍ସବରେ ଡିଏଭି ଜୋନର ଶିକ୍ଷକ, ଅଭିଭାବକ ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହି ପ୍ରତିଯୋଗିତାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ବିଦ୍ୟାଳୟ ତରଫରୁ ଆନୁଷ୍ଠାନିକ ଭାବରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

Comments are closed.