www.samajalive.in
Monday, December 8, 2025
14.1 C
Bhubaneswar

ନିର୍ବାଚନ ପ୍ରଚାର ସଭାରେ ବିଜେପି ନେତାଙ୍କୁ ହତ୍ୟା 

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟରେ ଆସନ୍ତା ୭ ତାରିଖରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ମାଓ ହିଂସା ଦେଖିବାକୁ ମିଳିଛି। ନିର୍ବାଚନ ପ୍ରଚାର ସଭାରେ ଜଣେ ବିଜେପି ନେତାଙ୍କୁ ମାଓବାଦୀମାନେ ପିଟି ପିଟି ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ବିଜେପି ଦଳର ନାରାୟଣପୁର ଜିଲ୍ଲା ଉପାଧ୍ୟକ୍ଷ ରତନ ଦୁବେ।

ସୂଚନା ଅନୁଯାୟୀ, ରତନ ଦୁବେ ନିର୍ବାଚନ ପ୍ରଚାର ପାଇଁ ନାରାୟଣପୁର ଜିଲ୍ଲାର ଘୋଡେଇ ଓ କୋଶଲାନର ଅଞ୍ଚଳକୁ ଯାଇଥିଲେ। ସେହି ପ୍ରଚାର ସଭାକୁ ଗ୍ରାମବାସୀ ବେଶରେ ମାଓବାଦୀମାନେ ଆସିଥିବା ବେଳେ କେହି ଜାଣିପାରିନଥିଲେ। ରତନ ପ୍ରଚାର କରିବା ବେଳେ ମାଓବାଦୀମାନେ ରତନଙ୍କ ଉପରକୁ ଆକ୍ରମଣ କରିଥିଲେ। ରତନଙ୍କ ମୁଣ୍ଡକୁ ବାରମ୍ବାର ମାଡ ମାରି ହତ୍ୟା କରିଥିଲେ। ସେଠାରୁ ମାଓବାଦୀମାନେ ଫୋରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories