www.samajalive.in
Sunday, December 14, 2025
26.1 C
Bhubaneswar

କନ୍ଧମାଳ ବିଜେଡିରେ ଅଦଳବଦଳ, ସାଲୁଗା ପ୍ରଧାନ ଜିଲ୍ଲା ବିଜେଡି ସଭାପତି

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବିଜେଡିରେ ଅଦଳ ବଦଳ କରାଯାଇଛି। ସରୋଜ କର୍ଣ୍ଣଙ୍କ ସ୍ଥାନରେ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଛି। ପୂର୍ବତନ ବାଲିଗୁଡା ବିଧାୟକ ରାଜୀବ ପାତ୍ରଙ୍କୁ କାର୍ୟ୍ୟକାରୀ ସଭାପତି ଦାୟିତ୍ୱ ଦିଆ ଯାଇଥିବା ବେଳେ ସରୋଜ କର୍ଣ୍ଣଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। କ୍ଳେଶ ପ୍ରଧାନ, ଅଜୟ ମହାରଣା ଓ କିଶୋର ଛୋଟରାୟଙ୍କୁ ଯଥାକ୍ରମେ ଜି ଉଦୟଗିରି, ବାଲିଗୁଡା ଓ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ୟ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଟୁନା ଦାଶଙ୍କୁ ବାଲିଗୁଡା ବିଧାନସଭା କ୍ଷେତ୍ରର ସଂଯୋଜକ ଭାବେ ନିଯୁକ୍ତି ମିଳିଛି। ସେହିଭଳି, ଅନୀମା କହଁରଙ୍କୁ ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ଦାୟିତ୍ୱ ଦିଆ ଯାଇଥିବା ବେଳେ ବର୍ତ୍ତମାନ ଏହି ପଦବୀରେ ଥିବା ପୁନମ କହଁରଙ୍କୁ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଯାଇଛି। ସଂଯୁକ୍ତା ଦାଶଗୁପ୍ତା ମହିଳା ବିଜେଡି ପର୍ୟ୍ୟବେକ୍ଷକ ଦାୟିତ୍ୱ ତୁଲାଇବେ ବୋଲି ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories