www.samajalive.in
Sunday, December 14, 2025
16.1 C
Bhubaneswar

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସୃଜନଶୀଳ ଭାବପ୍ରକାଶରେ ଉନ୍ନତି ଓ୫‘ଟି’ ରୂପାନ୍ତରଣ ନେଇ କର୍ମଶାଳା

ଭୁବନେଶ୍ୱର: ଭିନ୍ନକ୍ଷମ ଶିଶୁ-କିଶୋର ଛାତ୍ରଛାତ୍ରୀମାନେ ପଢ଼ୁଥିବା ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନଗୁଡ଼ିକର ୫‘ଟି’ ରୂପାନ୍ତରଣରେ ସେମାନଙ୍କ ସୃଜନଶୀଳ ଭାବପ୍ରକାଶର ଉନ୍ନତି ଉପରେ ସର୍ବାଧିକ ଗୁରୁତ୍ୱ ଦେବା ନିମନ୍ତେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପରାମର୍ଶ ଦେଇଛନ୍ତି ।

ଆଜି ପୂର୍ବାହ୍ନରେ “ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକରେ ୫‘ଟି’ ରୂପାନ୍ତରଣ ନିମନ୍ତେ ବିଦ୍ୟାର୍ଥୀମାନଙ୍କ ସୃୃଜନଶୀଳ ଅଭିବ୍ୟକ୍ତି” ଶୀର୍ଷକ ଦୁଇଦିନିଆ କର୍ମଶାଳା ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ, ବିବିଧ ଦୃଷ୍ଟିକୋଣ ଓ ଭିତ୍ତିଭୂମିଗତ କାର ଣରୁ ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକର ଶିଶୁ-କିଶୋରମାନଙ୍କ ସୃଜନଶୀଳ ଭାବପ୍ରକାଶ ଦିଗରେ ବିଭିନ୍ନ ଆହ୍ୱାନ ରହିଛି । ଉତ୍ସର୍ଗୀକୃତ ମନୋଭାବ ନେଇ କ୍ରମାଗତ ଉଦ୍ୟମ କରାଗଲେ ସେମାନ ଙ୍କ ଭାବ ପ୍ରକାଶକୁ ରଚୁି ଓ ଅଭ୍ୟାସରେ ପରିଣତ କରାଯାଇ ପାରିବ ।

- Advertisement -

ସମୟକ୍ରମେ ସେହି ଅଭ୍ୟାସ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ସହିତ ସଂପୂର୍ଣ୍ଣ ଜୀବନଧାରା ନିର୍ମାଣରେ ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୟୁଏନ୍‌ଏଫ୍‌ପିଏର ସହଯୋଗ କ୍ରମେ ଆୟୋଜିତ ଏହି କର୍ମଶାଳାରେ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ୫‘ଟି’ ଉପକ୍ରମ ରୂପାନ୍ତରଣରେ ଶିଶୁ-କିଶୋରମାନଙ୍କ ସୃଜନଶୀଳ ଅଭିବ୍ୟକ୍ତି ବିକାଶରେ ଅଧିକ ସଫଳତା ଲକ୍ଷ୍ୟରେ ବହୁବିଧ ଉପାୟ ଓ ନୀତି ନିରୂପଣ ବାବଦରେ ବ୍ୟାପକ ଆଲୋଚନା ହୋଇଥିଲା।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ସ୍ୱତନ୍ତ୍ର ଶାସନ ସଚିବ ଦିଲ୍ଲୀପ କୁମାର ରାୟ ଓ ୟୁଏନ୍‌ଏପ୍‌ପିଏର ଓଡ଼ିଶା ମୁଖ୍ୟ ନଦୀମ୍‌ ନୁର୍‌ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନଗୁଡ଼ିକର ୫‘ଟି’ ରୂପାନ୍ତରଣ ନେଇ ବକ୍ତବ୍ୟ ରଖିଥିଲେ । ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକର ପରିଚାଳନା ଦାୟିତ୍ୱ ନେଇଥିବା ପ୍ରାୟ ୯୦ଟି ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧି କର୍ମଶାଳାରେ ଯୋଗଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories