www.samajalive.in
Friday, December 12, 2025
14.1 C
Bhubaneswar

ପ୍ରସିଦ୍ଧ ଗାୟକ ମହମ୍ମଦ ଅଜିଜଙ୍କ ପରଲୋକ

ମୁମ୍ବଇ : ହିନ୍ଦୀ, ଓଡ଼ିଆ ଓ ବଙ୍ଗୀୟ ଚଳଚ୍ଚିତ୍ରର ପ୍ରସିଦ୍ଧ ପ୍ରଚ୍ଛଦପଟ ଗାୟକ ମହମ୍ମଦ ଅଜିଜଙ୍କର ମଙ୍ଗଳବାର ଏଠାରେ ପରଲୋକ ହୋଇଯାଇଛି। ତାଙ୍କୁ ୬୪ବର୍ଷ ହୋଇଥିଲା। ଏ ସମ୍ପର୍କରେ ଅଜିଜଙ୍କ ଝିଅ ସାନା ସୂଚନା ଦେଇଛନ୍ତି। ଉତ୍ତର-ପୂର୍ବାଞ୍ଚଳରେ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ ପରେ କଲକାତାରୁ ମୁମ୍ବଇ ଯାଉଥିବା ସମୟରେ ତାଙ୍କର ହୃଦ୍‍ଘାତ ହୋଇଥିଲା। ଅପରାହ୍ଣ ପ୍ରାୟ ୩ଟାରେ ମୁମ୍ବଇ ବିମାନବନ୍ଦରରେ ସେ ଗୁରୁତର ହୋଇପଡ଼ିବାରେ ତୁରନ୍ତ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ତାଙ୍କର ମରଶରୀରକୁ କାଣ୍ଡିଭାଲି-ପଶ୍ଚିମସ୍ଥିତ ବାସଭବନକୁ ଅଣାଯାଇଛି।
ପଶ୍ଚିମବଙ୍ଗର ଅଶୋକନଗରଠାରେ ୧୯୫୪ରେ ଜନ୍ମିତ ଅଜିଜ ୧୯୮୪ରେ ବଲିଉଡ୍‍ ଚଳଚ୍ଚିତ୍ର ‘ଅମ୍ବର’ ମାଧ୍ୟମରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପରେ ଅନୁ ମଲିକଙ୍କ ନିର୍ଦେଶିତ ‘ମର୍ଦ’ ଚଳଚ୍ଚିତ୍ରର ସଙ୍ଗୀତ ତାଙ୍କୁ ପ୍ରସିଦ୍ଧି ଦେଇଥିଲା। ମହମ୍ମଦ ରଫିଙ୍କ ଅନୁଗାମୀ ଭାବେ ପରିଚିତ ଅଜିଜ ପ୍ରସିଦ୍ଧ ସଙ୍ଗୀତ ସଂଯୋଜକ ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ, ଆର.ଡି ବର୍ମନ, ନୌସଦ, ଓ.ପି ନାୟାର, ବାପି ଲାହିଡି, କଲ୍ୟାଣଜୀ-ଆନନ୍ଦଜୀ, ରାଜେଶ ରୋଶନ୍‍ ଓ ନଦିମ-ଶ୍ରବଣଙ୍କ ସହିତ ସମସ୍ତ ବଡ଼ ବଡ଼ ଅଭିନେତାଙ୍କ ପାଇଁ କଣ୍ଠଦାନ କରିଛନ୍ତି। ଗତ ତିନି ଦଶନ୍ଧି ଧରି ସେ ସଙ୍ଗୀତ ଜଗତରେ ପ୍ରାଧାନ୍ୟ ବିସ୍ତାର କରି ରହିଥିଲେ। ‘ମେରି ବେୱାଫାଇ…’, ‘ଲାଲ ଦୁପଟ୍ଟା ମଲମଲ କା…’, ପତଝର ସାୱନ୍‍ ବସନ୍ତ ବାହାର…’, ‘ମାଇ ନେମ୍‍ ଇଜ୍‍ ଲଖନ୍‍…’, ‘ଆପ୍‍ କେ ଆ ଜାନେ ସେ…’, ‘ଦିଲ୍‍ ଲେ ଗଇ ତେରି ବିନ୍ଦିଆ…’, ‘ମେ ତେରି ମୋହବତ୍‍ ମେ…’ ଭଳି ବଲିଉଡ୍‍ ସଙ୍ଗୀତ ପାଇଁ ସେ ଅମର ହୋଇ ରହିବେ।
ସେହିଭଳି ଓଡ଼ିଆ ସିନେସଙ୍ଗୀତ ଜଗତରେ ଅଜିଜଙ୍କର ବେଶ୍‍ ପ୍ରସିଦ୍ଧି ରହିଥିଲା। ତାଙ୍କ କଣ୍ଠର ଓଡ଼ିଆ ଭଜନ ଓ ଆଧୁନିକ ଗୀତ ବେଶ୍‍ ଲୋକପ୍ରିୟତା ହାସଲ କରିଥିଲା। ‘ରୁପା ଶଗଡ଼ିରେ ସୁନା କନିଆ…’, ‘ସ୍ମୃତି ଏକ ରୁପା ଜହ୍ନ…’, ‘ଧୀରେ ଧୀରେ ଚାଲ୍‍ ଗୋରୀ…’, ‘ଏ ଜୀବନେ ମୋ ଜୀବନେ…’, ‘ପାଦରେ ଅଳତା…’, ‘ମୋତେ ପାପିରୁ ଭକତ…’, ‘ବନ୍ଧୁରେ ସମୟ…’ ଭଳି ସଂଖ୍ୟାଧିକ ସଙ୍ଗୀତ ତାଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରିଥିଲା।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories