www.samajalive.in
Sunday, December 14, 2025
16.1 C
Bhubaneswar

ରେଳ ପ୍ରକଳ୍ପ ବାଦ୍ ପ୍ରତିବାଦରେ ୧୦ରେ କନ୍ଧମାଳ ବନ୍ଦ ନିଷ୍ପତ୍ତି

ଫୁଲବାଣୀ: ଫୁଲବାଣୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ଆବାହକ ଗୋଲକ ବିହାରୀ କହଁରଙ୍କ ଆବାହନରେ ଗୋପାଳପୁର-ସମ୍ବଲପୁର ରେଳ ପ୍ରକଳ୍ପରୁ ଫୁଲବାଣୀ ବାଦ୍ ପଡିବା ପ୍ରତିବାଦରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା। କେନ୍ଦ୍ର ସରକାର ସଂସଦରେ ବଜେଟ୍ ଘୋଷଣା କରିଥିବା ସତ୍ବେ ରାଜ୍ୟ ସରକାରଙ୍କ ଅଧିନରେ ଦାୟିତ୍ଵରେ ଥିବା ସର୍ଭେ ସଂସ୍ଥା ଓରିଡିଲ୍ କନ୍ଧମାଳ ପ୍ରତି ବୈମାତୃକ ମନୋଭାବ ରଖି ଏହି ପ୍ରକଳ୍ପରୁ ଫୁଲବାଣୀକୁ ବାଦ୍ ପକାଇଥିବା ନେଇ ଉପସ୍ଥିତ ନେତୃତ୍ୱ କ୍ଷୋଭ ପ୍ରକାଶ କରିଥିଲେ। ପୂର୍ବରୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏହି ବିଷୟରେ ଦାବିପତ୍ର ଦିଆଯାଇଥିଲେ ସୁଦ୍ଧା ଆଜିକୁ ମାସେରୁ ଅଧିକ ସମୟ ହେଲା ସରକାରଙ୍କ ପକ୍ଷରୁ କିମ୍ବା ଓରିଡିଲ୍ ସଂସ୍ଥା ପକ୍ଷରୁ କୌଣସି ଉତ୍ତର ନମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟ ବୋଲି ଉପସ୍ଥିତ ସଦସ୍ୟ ମତ ପ୍ରକାଶ କରିଥିଲେ। ଆଗାମୀ ଆଠ ଦିନ ଭିତରେ ରାଜ୍ୟ ସରକାର କିମ୍ବା ସର୍ଭେ ସଂସ୍ଥା ଓରିଡିଲ୍ ଯଦି ପୁନର୍ବିଚାର କରି ଏହି ପ୍ରକଳ୍ପରେ ଫୁଲବାଣୀକୁ ନ ଯୋଡ଼ନ୍ତି ତାହେଲେ ଆସନ୍ତା ନଭେମ୍ବର ୧୦ ତାରିଖ ଶୁକ୍ରବାର ଦିନ କନ୍ଧମାଳ ଜିଲ୍ଲା ବାର ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ହେବ ବୋଲି ବୈଠକରେ ସାମୁହିକ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଅଞ୍ଚଳର ନେତୃତ୍ୱ ତଥା ସମାଜସେବୀ ଭଗବାନ ମହାନ୍ତି, ଅବନେଶ୍ବର ପ୍ରଧାନ, ସହଦେବ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories