www.samajalive.in
Friday, December 12, 2025
26.1 C
Bhubaneswar

ଆଇସିସିର ନୂତନ ସଭାପତି ଦାୟିତ୍ବ ଗ୍ରହଣ କଲେ ଆମେୟା ସୁରେଶ ପ୍ରଭୂ

ଭୁବନେଶ୍ବର: ମୁମ୍ବାଇର ଏନଏଏଫଏ କ୍ୟାପିଟାଲ ଆଡଭାଇଜର୍ସର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଏବଂ ଲେଖକ ଅମେୟା ସୁରେଶ ପ୍ରଭୂ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ର ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଅକ୍ଟୋବର ୩୧, ୨୦୨୩ ରେ ତାଜ ବେଙ୍ଗଲ କୋଲକାତାରେ ଅନୁଷ୍ଠିତ ଚାମ୍ବରର ବାର୍ଷିକ ସାଧାରଣ ସଭାରେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି।ଅନେକ ବରିଷ୍ଠ ଶିଳ୍ପପତି, କ୍ରୀଡା ବ୍ୟକ୍ତିତ୍ୱ ଏବଂ ଅନ୍ୟ କଳାକାରମାନେ ଏହି କାର୍ୟ୍ୟକ୍ରମରେ ଯୋଗଦେଇଥିଲେ।

ସୂଚନାଯୋଗ୍ୟ ଯେ ୟୁଏପି ଆଡଭାଇଜର୍ସ ଏଲଏଲପି ର ଅଂଶୀଦାର ଥିବା ଶ୍ରୀ ପ୍ରଭାସ ପଶ୍ଚିମବଙ୍ଗ ବାହାରେ ଆଇସିସିର ପ୍ରଥମ ସଭାପତି ଅଟନ୍ତି। ୟୁଏପି ର ବ୍ୟବସାୟରେ ନୂତନ ଯୁଗ ଆର୍ଥିକ ପରାମର୍ଶଦାତା, ଇଫକୋ ସହିତ ଏହାର ଜେଭି ମାଧ୍ୟମରେ ଆର୍ଥିକ ସେବା, ଶିଳ୍ପ ଏବଂ ସ୍ଥାୟୀ ବିନିଯୋଗରେ ସେ ଅନ୍ତର୍ଭୁକ୍ତ ଜ୍ଝ ଶ୍ରୀ ପ୍ରଭୂ ଯିଏ କି ୱାରଓ୍ବିକ୍ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି, ରାଜନୀତି ଏବଂ ଆନ୍ତର୍ଜାତୀୟ ଅଧ୍ୟୟନରେ ଏବଂ ଏମଏସି ମାଡ୍ରିଡ୍ ବ୍ୟବସାୟ ବିଦ୍ୟାଳୟରୁ ଆର୍ଥିକ ପରିଚାଳନାରେ ଅନେକ ସୁନାମ ଅର୍ଜନ କରିଛନ୍ତି। ତାଙ୍କୁ ବିଶ୍ୱ ଅର୍ଥନୀତି ଫୋରମ ଦ୍ୱାରା ୟଙ୍ଗ ଗ୍ଲୋବାଲ୍ ଲିଡର ଭାବେ ନିଯୁକ୍ତି ଦିଆଯାଇଛି। ସେ ଜଣେ ସଫଳ ଲେଖକଭାବେ ବେଶ୍ ଜଣାଶୁଣା । ଶ୍ରୀ ପ୍ରଭୂ ମାନବ ବିକାଶ ଉପରେ ଧ୍ୟାନ ଦେଇଥିବା ଏକ ଏନଜିଓ ମାନଭ ସାଧନ ବିକାଶ ସଂସ୍ଥାର ଟ୍ରଷ୍ଟି ଅଟନ୍ତି। ଆଇସିସିର ବରିଷ୍ଠ ଉପସଭାପତି ଭାବେ ଜିନ୍ଦଲ ଷ୍ଟେନଲେସ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ  ଅଭ୍ୟୁଦୟ ଜିନ୍ଦଲ ଦାୟିତ୍ୱ ଗ୍ରହଣ କରିଛନ୍ତି।

- Advertisement -

ଶ୍ରୀ ଜିନ୍ଦଲ ବୋଷ୍ଟନ୍ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତି ଏବଂ ବ୍ୟବସାୟ ପରିଚାଳନାରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଶ୍ରୀ ପ୍ରଭୂ ଉତ୍ସାହର ସହିତ କହିଥଲେ, “ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ନୂତନ ଭାବେ ସଭାପତି ନିଯୁକ୍ତି ଭାବରେ ମୁଁ ଆଗକୁ ଥିବା ଅପାର ସମ୍ଭାବନାକୁ ନେଇ ଉତ୍ସାହିତ। ସରକାରୀ ସମ୍ପର୍କକୁ ମଜବୁତ କରିବା, ଶିଳ୍ପ ବିକାଶ ତଥା ପ୍ରମୁଖ ଅଭିବୃଦ୍ଧିରେ ପୁଞ୍ଜି ବିନିଯୋଗ ସୁଯୋଗ ସୃଷ୍ଟି କରିବା ଆମର ସ୍ପଷ୍ଟ ଦୃଷ୍ଟିକୋଣ। ଆମେ ସରକାରୀ ଏବଂ ବେସରକାରୀ କ୍ଷେତ୍ର ମଧ୍ୟରେ ସହଯୋଗ ବୃଦ୍ଧି, ନୂତନତ୍ୱର ପ୍ରତିବନ୍ଧକ ହଟାଇବା ଏବଂ ଓଡିଶା ପରି ରାଜ୍ୟଗୁଡିକର ଅର୍ଥନୈତିକ ଅଭିବୃଦ୍ଧିରେ ସହଯୋଗ କରିବା ପାଇଁ ଉତ୍ସର୍ଗୀକୃତ। ମୁଁ ଏକ ଦୃଢ ବିଶ୍ବାସୀ ଯେ ଓଡିଶାର ସମସ୍ତ ପ୍ରମୁଖ ଉପାଦାନ, ସ୍ଥାନ ଏବଂ ସମ୍ବଳ ରହିଛି। ସକ୍ରିୟ ସରକାରୀ ନୀତି ଦ୍ବାରା ସମର୍ଥିତ ଏହା ସର୍ବୋତ୍ତମ ବିନିଯୋଗ ଲକ୍ଷ୍ୟସ୍ଥଳ।

ମୁଁ ଓଡିଶା ରାଜ୍ୟ ସରକାରଙ୍କ ସହ ଆମର ସହଭାଗିତାକୁ ଦୃଢ କରିବାକୁ ଅପେକ୍ଷା କରିଛି। ସେହିପରି ଶ୍ରୀ ଜିନ୍ଦଲ କହିଥିଲେ ଯେ “ମୁଁ ଏହି ରୋମାଞ୍ଚକର ନୂତନ ଅଧ୍ୟାୟକୁ ଖୋଲା ବାହୁରେ ଗ୍ରହଣ କରେ, ଯେହେତୁ ଏହା ନୂତନ ଆହ୍ବାନ ଏବଂ ଦାୟିତ୍ବ ଆଣିଥାଏ । ମୁଁ ଆମର ସାମର୍ଥ୍ୟକୁ ଉପଯୋଗ କରିବା ଏବଂ ଶିଳ୍ପ ପାଇଁ ଏଜେଣ୍ଡା ଚଳାଇବା ପାଇଁ ବିକାଶଶୀଳ ଦୃଶ୍ୟ ସହିତ ଖାପ ଖୁଆଇବା ପାଇଁ ପ୍ରତିଶ୍ରୁତିବଦ୍ଧ ଜ୍ଝ ମୁଁ ନିଶ୍ଚିତ ଯେ ଆଇସିସି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଏହାର ଡେଣା ବିସ୍ତାର କରିବ ଏବଂ ଆଗାମୀ ବର୍ଷରେ ଏକ ପ୍ରକୃତ ବିଶ୍ୱ ସ୍ତରୀୟ ଚାମ୍ବର ହେବ। ମୁଁ ନମ୍ରତାର ସହିତ ଏହି ବିରାଟ ଦାୟିତ୍ୱ ଗ୍ରହଣ କରୁଛି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories