ଗୋପାଳପୁର : ଗୋଳନ୍ଥରା ଥାନା ଅଧୀନ କେ. ସୁବନୀ ଛକରେ ଠିଆ ହୋଇଥିବା ଜଣେ ପଥଚାରୀ ଉପରେ ଟ୍ରକ ମାଡି ଯିବାରୁ ବ୍ୟକ୍ତି ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ୍ୟୁ ଜଣକ ହେଲେ ଆର. ସୁବନୀ ଗ୍ରାମର ଭାଗ୍ୟ ଦାସ(୬୨) ବୋଲି ପୋଲିସ ସୂଚନା ଦେଇଛି। ମିଳିଥିବା ଖବର ଅନୁସାରେ ଆଜି ଭୋର ୪ ଟା ସମୟରେ ଭାଗ୍ୟ ଜାତୀୟ ରାଜ ପଥ କଡ଼ରେ ଛିଡା ହୋଇଥିବା ସମୟରେ ଇଛାପୁରାରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ଟ୍ରକ ଟିଏନ ୭୦ ଟିସି ୧୪୯୬ ଦ୍ରୁତ ଗତି ଆସି ଭାଗ୍ୟ ଉପରେ ମାଡି ଯାଇଥିଲା। ଯାହାଫଳରେ ଭାଗ୍ୟ ଗୁରୁତର ହୋଇପଡିଥିଲେ। ଖବର ପାଇଁ ଗୋଳନ୍ଥରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଭାଗ୍ୟକୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଗୋଳନ୍ଥରା ଥାନା ପୋଲିସ ୫୨୭/୨୩ରେ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣା ଘଟେଇ ଥିବା ଟ୍ରକକୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି।
Popular Categories



