www.samajalive.in
Sunday, December 14, 2025
16.1 C
Bhubaneswar

ଶିଶୁପୁତ୍ର ବିକ୍ରୀ ଅଭିଯୋଗ, ଥାନାରେ ମାମଲା

କାମାକ୍ଷାନଗର : କାମାକ୍ଷାନଗର ଥାନା ଜିରିଡାମାଳିର କେନାଲ ନିକଟରେ ଥିବା ଆଦିବାସୀ ବସ୍ତିର ଜଣେ ମହିଳା ତାଙ୍କର ନବଜାତକ ଶିଶୁପୁତ୍ରକୁ ବିକ୍ରୀ କରିଦେଇଥିବା ଅଭିଯୋଗ ହୋଇଛି। ଗତ ୧୩ ତାରିଖ ଶୁକ୍ରବାର ରାତିରେ ଜନ୍ମ ହୋଇଥିବା ଶିଶୁପୁତ୍ରକୁ ଗୋଟିଏ ଲୁଙ୍ଗି, ଗୋଟିଏ ଲୁଗା ଓ ଶହେ ଟଙ୍କା ବଦଳରେ ବିକ୍ରୀ କରି ଦେଇଥିବା ମହିଳା ଜଣକ ପ୍ରକାଶ କରିଛି।

ଏ ସଂକ୍ରାନ୍ତରେ ଶିଶୁ ପ୍ରକଳ୍ପ ଅଧିକାରୀ ସୈରେନ୍ଦ୍ର ପଟେଲ ଖବର ପାଇବା ପରେ ତୁରନ୍ତ ନିଜ ବିଭାଗୀୟ କର୍ମଚାରୀଙ୍କୁ ଡାକ୍ତରଖାନା ପଠାଇ ଚିକିତ୍ସା ବ୍ୟବସ୍ଥା କରିଥିଲେ। ଆଜି ମହିଳା ଜଣକ ଚିକିତ୍ସାଳୟରୁ ଚମ୍ପଟ ମାରିଛି। ସେ ଚିକିତ୍ସାଳୟରୁ ଉଭାନ ହେବା ଘଟଣା ନେଇ ଶିଶୁ ପ୍ରକଳ୍ପ ଅଧିକାରୀ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଥାନା ଅଧିକାରୀ ଶରତ ମହାଳିକ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାର ଜଣାଯାଇଛି l

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories