ଚିଲ ଛିଣ୍ଡାଇନେଲା ପତିତପାବନ ବାନା

0

ପୁରୀ  : ଚିଲ ଛିଣ୍ଡାଇ ନେଲା ଶ୍ରୀମନ୍ଦିର ପତିତପାବନ ବାନା। ଶନିବାର ଏପରି ଅସ୍ୱାଭାବିକ ଘଟଣା ଦେଖିବାକୁ ମିଳିଛି। ନୀଳଚକ୍ରରୁ ପତିତପାବନ ବାନା ଚିଲ ଛିଣ୍ଡାଇ ନେବା ଅଶୁଭ ଲକ୍ଷଣ ବୋଲି ବରିଷ୍ଠ ସେବକ କହୁଛନ୍ତି। ତେବେ ଏଥିଯୋଗୁଁ ଶ୍ରୀଜୀଉଙ୍କ ସେବାପୂଜାରେ କୌଣସି ବାଧା ସୃଷ୍ଟି ହୋଇନାହିଁ। ନୀଳଚକ୍ର ତଳେ ଆଉ କିଛି ମାନସିକ ବାନା ଲାଗିଥିବାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀତି ଯଥାରିତି ସମ୍ପନ୍ନ ହୋଇଛି। ଅପରାହ୍ଣରେ ଚୂନରା ସେବକ ନୀଳଚକ୍ରରେ ନୂଆବାନା ଲଗାଇଛନ୍ତି। ଝଡବାତ୍ୟା ଏବଂ ଅତିପ୍ରଖର ପବନରେ ପତିତପାବନ ବାନା ଅତୀତରେ ଅନେକଥର ଉଡିଛି। ତେବେ ଚିଲ ଛିଣ୍ଡାଇ ନେବା ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି।
ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଶନିବାର ଅପରାହ୍ଣ ପ୍ରାୟ ୪ଟା ବେଳେ ଚିଲଟିଏ ନୀଳଚକ୍ର ଉପରେ ବସିଥିଲା। ସେ ଉଡିଯିବା ବେଳେ ପତିତପାବନ ବାନା ତାହା ସହ ଚାଲିଯାଇଥିଲା। କିଛିସମୟ ପରେ ଉତ୍ତରଦ୍ୱାର ବେଢାରେ ବାନା ପଡିଥିବା ଦେଖିବାକୁ ମିଳିଥିଲା।

Leave A Reply