www.samajalive.in
Sunday, December 14, 2025
14.1 C
Bhubaneswar

ବିଶ୍ବକପ କ୍ରିକେଟରେ ଭାରତର ଅପରାଜେୟ ଧାରା ଅବ୍ୟାହତ, ଇଂଲଣ୍ଡକୁ ୧୦୦ ରନରେ ହରାଇଲା ଭାରତ

ଲକ୍ଷ୍ନୌ : ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମଠାରେ ଖେଳାଯାଇଥିବା ବିଶ୍ବକପର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହି ବିଜୟ ସହ ଭାରତ ଚଳିତ ବିଶ୍ବକପରେ ଲଗାତାର ଷଷ୍ଠ ବିଜୟ ହାସଲ କରିଛି। ଭାରତ ୬ଟି ମ୍ୟାଚରେ ଲଗାତାର ବିଜୟ ସହ ୧୨ ପଏଣ୍ଟ ପାଇ ବିଶ୍ବକପ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି।

ଭାରତ ପକ୍ଷରୁ ଇଂଲଣ୍ଡ ଆଗରେ ୨୩୦ ରନ ଟାର୍ଗେଟକୁ ପିଛା କରି ଇଂଲଣ୍ଡ ୩୪.୫ ଓଭରରେ ୧୨୯ ରନ ସ୍କୋର ସହ ଅଲଆଉଟ ହୋଇଯାଇଥିଲା। ଇଂଲଣ୍ଡର କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିନଥିଲେ । କେବଳ ଲିଆମ ଲିଭିଙ୍ଗଷ୍ଟୋନ ସର୍ବାଧିକ ୨୭ ରନ କରିଥିବାବେଳେ ଆଉ କେହି ୨୦ରନ ଟପିପାରିନଥିଲେ । ଏହି ମ୍ୟାଚରେ ଜନି ବେୟାରଷ୍ଟୋ ୧୪, ଡାୱିଡ ମଲନ ୧୬, ଜୋସ ବଟର ୧୦, ମୋଇନ ଅଲ୍ଲି ୧୭, କ୍ରିସ ୱକ ୧୬, ଆଦିଲ ରିସଦ ୧୩ ରନ ସ୍କୋର କରିଥିବାବେଳେ ଜୋ ରୁଟ ଓ ବେନ ଷ୍ଟୋକସ କୌଣସି ରନ ନ କରି ଆଉଟ ହୋଇଯାଇଥିଲେ। ଭାରତ ପକ୍ଷରୁ ମହମ୍ମଦ ସାମି ୪ଟି, ଜସପ୍ରୀତ ବୁମରା ୩ଟି, କୁଲଦୀପ ଯାଦବ ୨ଟି ଏବଂ ରବୀନ୍ଦ୍ର ଯାଦେଜା ଗୋଟିଏ ୱିକେଟ ନେଇ ଭାରତକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

- Advertisement -

ଆଜି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ପ୍ରାରମ୍ଭିବ ପର୍ଯ୍ୟାୟରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ୪୦ ରନ ଭିତରେ ଭାରତ ୧୧.୫ ଓଭରରେ ୩ଟି ୱିକେଟ ହରାଇ ଚାପକୁ ଚାଲିଯାଇଥିଲା। ରୋହିତ ଶର୍ମାଙ୍କ ଲଢୁଆ ୮୭ରନ ସହିତ ସୂର୍ଯ୍ୟକୁମାର ୪୯ ଓ ରାହୁଲ ୩୮ ରନ ସ୍କୋର ଭାରତ ଏକ ସମ୍ମାନ ଜନକ ସ୍ଥିତିରେ ପହଞ୍ଚି ପାରିଥିଲା। ଅଧିନାୟକ ରୋହିତ ଶର୍ମା ଲଢୁଆ ବ୍ୟାଟିଂ ଜାରି ରଖିଥିଲେ ଓ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ସେ କେଏଲ ରାହୁଲ ଓ ସୂର୍ଯ୍ୟକୁମାର ଯାଦବଙ୍କ ସହ ମିଶି ଉପଯୋଗୀ ପାର୍ଟନରସିପ କରିବା ସହ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ତେବେ ଆଜି କୌଣସି ରନ ସ୍କୋର ନ କରି ଆଉଟ ହୋଇଛନ୍ତି ବିରାଟ କୋହଲି। ସେହିପରି ଶୁବମନ ଗିଲ ୯ ରନ, ଶ୍ରେୟସ ଆୟର ୪, ରବୀନ୍ଦ୍ର ଜାଡେଜା ୮, ଜସପ୍ରିତ ବୁମରା, କୁଲଦୀପ ଯାଦବ ୯ ଓ ମହମ୍ମଦ ସାମି ମାତ୍ର ୧ ରନ ସ୍କୋର କରିଥିଲେ।

ଇଂଲଣ୍ଡ ପକ୍ଷରୁ ଡେଭିଡ ୱିଲି ୩ଟି ୱିକେଟ ନେଇଥିବାବେଳେ କ୍ରିସ ଓକସ ଓ ଆଦିଲ ରସିଦ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories