www.samajalive.in
Saturday, December 13, 2025
27.1 C
Bhubaneswar

ତେଲଙ୍ଗାନା ନିର୍ବାଚନ: କଂଗ୍ରେସର ଘୋଷଣାପତ୍ରରେ ମୁସଲମାନଙ୍କ ପାଇଁ ୭ଟି ଯୋଜନା

ହାଇଦରାବାଦ : ତେଲଙ୍ଗନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ମଙ୍ଗଳବାର ଘୋଷଣାପତ୍ର ଜାରି କରାଯାଇଛି। ଏହି ଘୋଷଣାପତ୍ରରେ କେବଳ ମୁସଲମାନଙ୍କ ପାଇଁ ୭ଟି ଯୋଜନା ଆରମ୍ଭ କରିବାକୁ କୁହାଯାଉଛି। ଏହା ମଧ୍ୟରେ ଗୀର୍ଜା ଏବଂ ମସଜିଦ୍‍ଙ୍କୁ ମାଗଣା ବିଦ୍ୟୁତ୍‍ ସଂଯୋଗ, ମୁସଲମାନ ଯୁବକଙ୍କୁ ସରକାରୀ ଠିକାଦାର କାର୍ଯ୍ୟରେ ପ୍ରାଧାନ୍ୟ, ମୁସଲମାନଙ୍କ ପାଇଁ ସ୍କୁଲ ସ୍ଥାପନ, ସଂଖ୍ୟାଲଘୁଙ୍କ ପାଇଁ ହସ୍ପିଟାଲ, ସଂଖ୍ୟାଲଘୁଙ୍କ ପାଇଁ ସ୍ୱତନ୍ତ ଜିଲା ଉର୍ଦ୍ଦୁ କମିଟି (ଡିଏସ୍‍ସି) ଗଠନ ସହ ଧର୍ମ ଆଧାରରେ ନିଯୁକ୍ତି ଦେଉଥିବା ସଂସ୍ଥାଙ୍କୁ ଦଣ୍ଡ ଓ ଗରିବ ମୁସଲମାନ ଛାତ୍ରଙ୍କୁ ୨୦ ଲକ୍ଷ ଟଙ୍କା ସହାୟତା ଦେବାକୁ କୁହାଯାଇଛି।
ଏହାକୁ ନେଇ ବିଜପେି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ତୁଷ୍ଟିକରଣ ରାଜନୀତି କରୁଛି ବୋଲି ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ମୁକ୍ତାର ଅବାସ ନକଭୀ ଅଭିଯୋଗ କରିଛନ୍ତି।
କିଛି ଦିନ ପୂର୍ବରୁ ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କମଳନାଥଙ୍କ କହିଥିଲେ ଯେ ମୁସଲମାନଙ୍କ ୯୦% ଭୋଟ ନମିଳିଲେ ତାଙ୍କ ଦଳ ହାରିଯିବ। ଏବେ କଂଗ୍ରେସର ଏହି ଘୋଷଣାନାମା ବିରୋଧୀଙ୍କୁ ସୁହାଇଭା ଭଳି ହୋଇଛି। ଫଳରେ ବିରୋଧୀ ଦଳ ଗୁଡ଼ିକ କଂଗ୍ରେସକୁ ମୁସଲମାନଙ୍କ ଦଳ କହି ସମାଲୋଚନା କରୁଛନ୍ତି।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories