www.samajalive.in
Thursday, December 11, 2025
18.1 C
Bhubaneswar

ଔଷଧୀୟ ଗୁଣରେ ଭରପୁର ଅରଖ

କୁହାଯାଏ ଶିବଙ୍କର ଅତିପ୍ରିୟ ହେଉଛି ଅରଖ ଫୁଲ। ଭଗବାନଙ୍କ ଠାରେ ଲାଗିବା ସହ ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ବିଭିନ୍ନ ରୋଗ ଦୂର କରିବାରେ ଏହା ମହୌଷଧୀ ଭଳି କାମ କରିଥାଏ। ଅରଖ ଗଛର ପତ୍ର ଓ ଫୁଲ ବିଭିନ୍ନ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ।

ଏହା ଶ୍ବାସରୋଗ, ଆଲର୍ଜି ଓ ଗଣ୍ଠି ଯନ୍ତ୍ରଣା ଆଦି ରୋଗକୁ ଭଲ କରିଥାଏ ବୋଲି କୁମାୟୁନ ଆୟୁର୍ବେଦ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଅରଖ ଫୁଲକୁ ଶୁଖାଇ ତାକୁ ଗୁଣ୍ଡ କରି ସେହି ଗୁଣ୍ଡକୁ ପ୍ରତିଦିନ ସକାଳେ ନିୟମିତ ଉଷୁମ ପାଣି ସହ ସେବନ କଲେ ଶ୍ୱାସରୋଗୀଙ୍କୁ ଉପକାର ମିଳିଥାଏ। ଏଥିସହିତ ଏହି ଗୁଣ୍ଡକୁ କିଛି ଦିନ ନିୟମିତ ଖାଇଲେ ଅନେକ ସୁଫଳ ମଧ୍ୟ ମିଳିଥାଏ। ଆଲର୍ଜି ବା ରୁକ୍ଷ ପଣ ଯୋଗୁଁ ଚର୍ମରେ କୁଣ୍ଡିଆ ସମସ୍ୟା ଦେଖାଯାଇଥାଏ। ଅରଖ ଗଛର ଚେରକୁ ଭଲ ଭାବେ ପୋଡ଼ି ଏହି ଗୁଣ୍ଡକୁ ଯେ କୌଣସି ତେଲରେ ମିଶ୍ରଣ କରି କୁଣ୍ଡେଇ ହେଉଥିବା ସ୍ଥାନରେ ଲଗାଇଲେ ସୁଫଳ ମିଳିଥାଏ। ଶରୀରର କୌଣସି ସ୍ଥାନରେ ଆଘାତ ଲାଗିଲେ, ଏହି ଗଛର ପତ୍ରକୁ ଗରମ କରି ବାନ୍ଧିଲେ ରକ୍ତ ବୋହିବା ବନ୍ଦ ହୋଇ ଯନ୍ତ୍ରଣାରୁ ଉପଶମ ମିଳିଥାଏ। ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ହେଉଥିଲେ ଏହାର ପତ୍ରରୁ ପେଷ୍ଟ ପ୍ରସ୍ତୁତ କରି ସେହି ସ୍ଥାନରେ ଲଗାଇଲେ ସମସ୍ୟାରୁ ମୁକ୍ତି ମିଳିଥାଏ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories