www.samajalive.in
Sunday, December 14, 2025
26.1 C
Bhubaneswar

ବିଦାୟ ନେଲେ ମା’ ଦଶଭୂଜା

ଫୁଲବାଣୀ : ଶାରଦୀୟ ଦଶହରା ପର୍ବ ସାରି ମା’ ଦୁର୍ଗା ବିଦାୟ ନେଇଛନ୍ତି । ଫୁଲବାଣୀ ସହରର ବିଭିନ୍ନ ମଣ୍ଡପରେ ସ୍ଥାପିତ ଦେବୀଙ୍କ ମୃଣ୍ମୟୀ ପ୍ରତିମାକୁ ଶୁକ୍ରବାର ବିସର୍ଜନ କରାଯାଇଛି। ଏହି ଉପଲକ୍ଷେ ସନ୍ଧ୍ୟାରେ ଆୟୋଜିତ ହୋଇଛି ଭଷାଣୀ ଉତ୍ସବ। ବିଭିନ୍ନ ମେଢକୁ ଏକତ୍ର ନିଆଯାଇ ସ୍ଥାନୀୟ ଆଇଟିଆଇ ନିକଟରେ ନିର୍ମିତ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଛି । ପୂଜା କମିଟି ସଦସ୍ୟ ମାନଙ୍କ ସମେତ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଜନ ସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇ ଦେବୀଙ୍କ ମେଢ ସହିତ ସହର ପରିକ୍ରମା କରିଥିଲେ । ବାଜା ବାଦ୍ୟ ଓ ପାରମ୍ପରିକ ନୃତ୍ୟ ଗୀତ ସହ ଶୋଭାଯାତ୍ରାରେ ଯାଇ ଦେବୀଙ୍କୁ ବିଦାୟ ଦେଇଛନ୍ତି ସହରବାସୀ। ଭଷାଣୀ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମୋଟାମୋଟି ଭାବେ ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଉତ୍ସବ ସୁରୁଖୁରୁରେ ଶେଷ ହୋଇଛି । ଫୁଲବାଣୀ ସହରର ବସଷ୍ଟାଣ୍ଡ , ବିଦ୍ୟୁତ୍ ବିଭାଗ , ମାଦିକୁନ୍ଦା ଛକ , ଆରଟିଓ ଅଫିସ୍ ଛକ , ଟ୍ୟାକ୍ସିଂ ସଂଘ , ମିନି ଟ୍ରକ୍ ସଂଘ ପକ୍ଷରୁ ପୂଜା ଆୟୋଜନ ହୋଇଥିବା ବେଳେ ପ୍ରତ୍ୟେକ ପୂଜା କମିଟି ବିଭିନ୍ନ ପଟୁଆରରେ ସ୍ଥାନୀୟ ମାଦିକୁନ୍ଦା ଛକରେ ପହଞ୍ଚିବା ପରେ ସେଠାରୁ ବିରାଟ ପଟୁଆରରେ ବାହାରି ସହର ପରିକ୍ରମା କରିବା ପରେ ବିସର୍ଜନ ସ୍ଥଳକୁ ନିଆଯାଇଥିଲା।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories