www.samajalive.in
Sunday, December 14, 2025
19.1 C
Bhubaneswar

ଦିବ୍ୟାଙ୍ଗଙ୍କୁ ବିଦ୍ୟୁତ୍‌‌ ଚାଳିତ ତିନି ଚକିଆ ସ୍କୁଟି ବଣ୍ଟନ

ଆଠଗଡ : ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ଦିବ୍ୟାଙ୍ଗମାନଙ୍କୁ ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଦ୍ୟୁତ୍‌‌ ଚାଳିତ ତିନି ଚକିଆ ସ୍କୁଟି ବଣ୍ଟନ କରିଛନ୍ତି । ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ମହୋତ୍ସବ ପଡିଆରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଦିବ୍ୟାଙ୍ଗମାନଙ୍କୁ ସବୁ ପ୍ରକାର ସହାୟତା କରି ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରକାଶ କରିଥିଲେ । ଏବେ ଦିବ୍ୟାଙ୍ଗମାନେ ଅନ୍ୟ ଉପରେ ନିର୍ଭର ନକରି ଏବଂ ସମାଜ ପାଇଁ ବୋଝ ନହୋଇ ନିଜେ ବିଭିନ୍ନ ସ୍ଥାନକୁ ଯାଇ ନିଜର ଗୁଜୁରାଣ ମେଣ୍ଟାଇବା ଲାଗି ଯେପରି ସ୍ୱାବଲମ୍ବୀ ହୋଇପାରିବେ ସେଥିପାଇଁ ସେମାନଙ୍କୁ ବିଦ୍ୟୁତ୍‌‌ ଚାଳିତ ତିନି ଚକିଆ ସ୍କୁଟି ପ୍ରଦାନ କରାଯାଉଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ନିଜ ବିଧାୟକ ଉନ୍ନୟନ ପାଣ୍ଠି ବିନିଯୋଗ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ ୫୬ଜଣ ଦିବ୍ୟାଙ୍ଗଙ୍କୁ ଏହି ୩ଚକିଆ ବିଦ୍ୟୁତ୍‌‌ ଚାଳିତ ସ୍କୁଟି ପ୍ରଦାନ କରିଥିବା ଜଣାପଡିଛି। ଏହି ଅବସରରେ ମହିଳା ଚାଷୀମାନେ କିପରି ସେମାନଙ୍କର ଉତ୍ପାଦିତ ଫସଲ ସଂଗ୍ରହ କରି ସଂରକ୍ଷିତ ରଖିପାରିବେ ସେଥିପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୧୩୦ଜଣ ମହିଳା ଚାଷୀଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ଲାଷ୍ଟିକ ଟ୍ରେ  ପ୍ରଦାନ କରିଥିଲେ। ଏଥି ସହିତ ଜାନୁଆରୀରୁ ଅକ୍ଟୋବର ମାସ ମଧ୍ୟରେ ମାତ୍ର ୧୦ମାସ ଭିତରେ ଆଠଗଡ ନିର୍ବାଚନ ମଣ୍ଡଳିରୁ ୩୪୪୫ୟୁନିଟ ରକ୍ତ ସଂଗୃହୀତ ହୋଇଥିବାରୁ କଟକ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିି ଆଠଗଡ ପୁରସ୍କୃତ ହୋଇଛି। ପଞ୍ଚାୟତସ୍ତରୀୟ ରକ୍ତଦାନ ଶିବିରରେ ଖୁଣ୍ଟୁଣୀରେ ସର୍ବାଧିକ ୨୮୨ୟୁନିଟ, କଣ୍ଡରେଇରେ ୨୫୩ ଏବଂ ପୁରୁଣା ତିଗିରିଆରେ ୨୦୫ୟୁନିଟ ରକ୍ତ ସଂଗୃହୀତ ହୋଇଥିବାରୁ ସଂପୃକ୍ତ ପଞ୍ଚାୟତ ଗୁଡିକୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ତତ୍‌‌ସହିତ ରକ୍ତଦାନ କରିଥିବା ୧୦୮ଜଣ ବିରଳ ରକ୍ତ ଗୃପ୍‌‌ ଥିବା ରକ୍ତଦାତାଙ୍କୁ ମଧ୍ୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମ୍ବର୍ଦ୍ଧିତ କରିଥିଲେ। ରାଜ୍ୟ ବିହନ ଜୈବିକ ପ୍ରାମାଣିକ ସଂସ୍ଥାର ନିର୍ଦ୍ଦେଶକ ନିରାକାର ଲେଙ୍କାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତିଗିରିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ଆଠଗଡ ବ୍ଲକ ଉପାଧ୍ୟକ୍ଷ ସୁବାସ ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ ଓ ମିନତୀ ଗାଗରାଇ, ଜିଲ୍ଲା ଉଦ୍ୟାନକୃଷି ଉପନିର୍ଦ୍ଦେଶକ ଜୟନ୍ତ କୁମାର ନାୟକ, ସହକାରୀ ଉଦ୍ୟାନକୃଷି ନିର୍ଦ୍ଦେଶକ ବିଷ୍ଣୁପ୍ରସାଦ ସିଂହ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଧନଞ୍ଜୟ ରାଉତ, ଜୀବନ ବିନ୍ଦୁ ସଂଯୋଜକ ପ୍ରଦୀପ୍ତ ଦାସ, ଆବାହକ ରାକେଶ ଦାଶ, ସଦସ୍ୟ ଶିଶିର ପ୍ରସାଦ ମାନସିଂହ ପ୍ରମୁଖ ଯୋଗଦାନ କରିଥିଲେ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories