www.samajalive.in
Friday, December 5, 2025
26.1 C
Bhubaneswar

ଆମେରିକା ବିମାନ ସହ ଧକ୍କା ହେଉ ହେଉ ଅଳ୍ପକେ ବର୍ତ୍ତିଗଲା ଚୀନ ବିମାନ; କଡ଼ା ଆପତ୍ତି ପ୍ରକାଶ କଲା ୟୁଏସ୍‌

ନୂଆଦିଲ୍ଲୀ: ଚୀନ୍‌ର ଜେ-୧୧ ଯୁଦ୍ଧ ବିମାନ ଦକ୍ଷିଣ ଚୀନ୍ ସାଗରର ଅନ୍ତର୍ଜାତୀୟ ଆକାଶ ମାର୍ଗରେ ଆମେରିକା ବିମାନର ଅତି ନିକଟତର ହେବା ନେଇ ତୀବ୍ର ଆପତ୍ତି ପ୍ରକାଶ କରିଛି ଆମେରିକା। ମଙ୍ଗଳବାର ବିଳମ୍ବିତ ରାତିରେ ଚୀନର ଯୁଦ୍ଧ ବିମାନ ଅନ୍ତର୍ଜାତୀୟ ଆକାଶ ମାର୍ଗରେ ଦକ୍ଷିଣ ଚୀନ୍ ସାଗର ଉପରେ ନିୟମିତ ଚଳାଚଳ କରୁଥିବା ଆମେରିକା ବାୟୁସେନାର ବି-୫୨ ବୋମା ବର୍ଷଣକାରୀ ବିମାନର ପ୍ରାୟ ୧୦ ଫୁଟ୍‌ ପାଖକୁ ଚାଲି ଆସିଥିଲା। ଆମେରିକା ସେନାର ଇଣ୍ଡୋ-ପାସିଫିକ୍ କମାଣ୍ଡ ଆହୁରି ମଧ୍ୟ କହିଛନ୍ତି ଯେ, ଚୀନ୍ ଯୁଦ୍ଧ ବିମାନ ପାଇଲଟଙ୍କ ଏପରି କାର୍ଯ୍ୟ ଯୋଗୁ ଦୁଇ ବିମାନ ସରସ୍ପର ସହ ଧକ୍କା ହେବାର ଆଶଙ୍କା ବଢି ଯାଇଥିଲା।


ଆମେରିକାର ଇଣ୍ଡୋ-ପାସିଫିକ୍ କମାଣ୍ଡ ଏହି ଘଟଣା ସମ୍ପର୍କରେ ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଏହି ଭିଡିଓରେ ଚୀନ୍ ବିମାନ କିପରି ପଛରୁ ଆସି ଆମେରିକାର ବି -୫୨ ବିମାନ ନିକଟରେ ପହଞ୍ଚିଯାଉଛି ତାହା ସ୍ପଷ୍ଟ ଦେଖାଯାଉଛି। ଦୁଇ ବିମାନ ମଧ୍ୟରେ ଦୂରତା ଖୁବ୍‌ କମ୍‌ ଦେଖାଯାଉଛି। ଏହି ଟ୍ବିଟ୍‌ କରିବା ସମୟରେ ଇଣ୍ଡୋ-ପାସିଫିକ୍ କମାଣ୍ଡ ଲେଖିଛନ୍ତି ଯେ, ଏହା ଅତ୍ୟନ୍ତ ଅଣପେଶାଦାର ପଦ୍ଧତି ଥିଲା। ପିଏସିଓଏମ ଏହା ମଧ୍ୟ କହିଛନ୍ତି, ୨୦୨୧ ପରଠାରୁ ଦେଖା ଦେଇଥିବା ଚୀନ ପାଇଲଟ୍‌ମାନଙ୍କ ‘ଅଣପେଶାଦାର’ ଆଚରଣ ଭିତରେ ଏହା ସବୁଠୁ ନୂଆ। ଏହି ଘଟଣା ପରେ ଆମେରିକାର ଏହି ଅଞ୍ଚଳରେ ସୁରକ୍ଷିତ ଭାବରେ କାର୍ଯ୍ୟ କରିବାର କ୍ଷମତା ଉପରେ ନିଶ୍ଚିତ ଭାବରେ ପ୍ରଭାବ ପଡ଼ିପାରେ। ମଙ୍ଗଳବାରର ଏହି ଘଟଣାକୁ ନେଇ ଆମେରିକା ମିଡିଆ ରିପୋର୍ଟରେ ଏଭଳି କାର୍ଯ୍ୟକଳାପକୁ ‘ଅତ୍ୟନ୍ତ ଚିନ୍ତାଜନକ’ ବୋଲି କୁହାଯାଇଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories