www.samajalive.in
Sunday, December 14, 2025
16.1 C
Bhubaneswar

ଗେହଲୋତଙ୍କ ପୁଅଙ୍କୁ ସମନ, ସଭାପତିଙ୍କ ଘରେ ଚଢ଼ଉ

ଜୟପୁର : ରାଜସ୍ଥାନ ପ୍ରଦେଶ କଂଗ୍ରେସ ସଭାପତି ଗୋବିନ୍ଦ ସିଂହ ଦୋସ୍ତାରାଙ୍କ ବାସଭବନ ଉପରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗୁରୁବାର ଚଢଉ କରିଛି। ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଇଡି ଗୋବିନ୍ଦଙ୍କ ବାସଭବନ ଉପରେ ଚଢଉ କରିଛି। ଅନ୍ୟପଟେ ବିଦେଶୀ ବିନିମୟ ପରିଚାଳନା ଆଇନ (ଏଫଇଏମଏ)ର ଉଲ୍ଲଙ୍ଘନ ଅଭିଯୋଗରେ ଇଡି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ ପୁଅ ବୈଭବ ଗେହଲୋତଙ୍କୁ ସମନ ଜାରି କରିଛି। ସମନରେ ବୈଭବଙ୍କୁ ଶୁକ୍ରବାର ଦିଲ୍ଲୀ କିମ୍ବା ଜୟପୁରସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ରାଜସ୍ଥାନସ୍ଥିତ ଟ୍ରିଟନ ହୋଟେଲ୍ସ ଆଣ୍ଡ ରିସର୍ଟ ଓ ଭଦ୍ରା ଏଣ୍ଟରପ୍ରାଇଜେସ୍ ପ୍ରାଇଭେଟ ଲିମିଟେଡରେ ହୋଇଥିବା ଆର୍ଥିକ ଅନିୟମିତତାକୁ ନେଇ ବୈଭବଙ୍କୁ ସମନ ଜାରି କରାଯାଇଛି। ଏହା ସହିତ ଉକ୍ତ କମ୍ପାନୀର ନିର୍ଦେଶକ ଶିବ ଶଙ୍କର ଶର୍ମା, ରତନ କାନ୍ତ ଶର୍ମା ଓ ଅନ୍ୟମାନଙ୍କୁ ମଧ୍ୟ ସମନ ଜାରି କରାଯାଇଛି। ଏହି ଘଟଣାରେ ଇଡି ଗତ ଅଗଷ୍ଟରେ ଜୟପୁର, ଉଦୟପୁର, ମୁମ୍ବଇ ଓ ଦିଲ୍ଲୀରେ ଚଢଉ କରିଥିଲା।
ପ୍ରଶ୍ନପତ୍ର ଲିକ୍ ଘଟଣାରେ ଇଡି ଗୋବିନ୍ଦଙ୍କ ବାସଭବନ ସହିତ ଅନ୍ୟ କେତେକ କଂଗ୍ରେସ ନେତାଙ୍କ ଘରେ ଚଢଉ କରିଛି। ରିପୋର୍ଟ ଅନୁଯାୟୀ ଜୟପୁର ସମେତ ୧୧ଟି ସ୍ଥାନରେ ଇଡି ପକ୍ଷରୁ ଚଢଉ କରାଯାଇଛି। ଚଢଉ ହୋଇଥିବା ଅନ୍ୟାନ୍ୟ ସ୍ଥାନ ମଧ୍ୟରେ କଂଗ୍ରେସର ଦୌସା ଆସନର ପ୍ରାର୍ଥୀ ହୋଇଥିବା ଓମ୍‌ପ୍ରକାଶ ହୁଦଲାଙ୍କ ବାସଭବନ ରହିଛି। ଗୋବିନ୍ଦ ରାଜସ୍ଥାନ କଂଗ୍ରେସ ସରକାରରେ ଶିକ୍ଷା ମନ୍ତ୍ରୀ ରହିଥିଲେ। ଏହି ସମୟରେ ଶିକ୍ଷକ ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ରାଜ୍ୟ କଂଗ୍ରେସ ପୂର୍ବତନ ସଭାପତି ବାବୁଲାଲ କାଟାରିଆ ଓ ଅନ୍ୟତମ ନେତା ଅନିଲ କୁମାର ମୀନା ଇଡି ଦ୍ବାରା ଗିରଫ ହୋଇଛନ୍ତି। ଗତ ଜୁନ୍‌ରେ ମଧ୍ୟ ଇଡି ଏହି ମାମଲାରେ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା।
ନଭେମ୍ବର ୨୫ରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଇଡିର ଏପରି ଚଢଉକୁ କଂଗ୍ରେସ ବିରୋଧୀ ବିଜେପିକୁ ସମାଲୋଚନା କରିଛି। ଚଳିତ ନିର୍ବାଚନରେ ଗୋବିନ୍ଦ ଲଛମଗଡ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଏହି ଆସନରେ ବିଜେପିର ସୁଭାଷ ମାହାରିଆଙ୍କ ସହ ତାଙ୍କର ପ୍ରତିଦ୍ବନ୍ଦ୍ବିତା ହେଉଛି। ମାହାରିଆ ଏହି ଆସନରୁ ଏବେ ବିଧାୟକ ଅଛନ୍ତି। ଗୋବିନ୍ଦଙ୍କ ଘରେ ଇଡି ଚଢଉ ଓ ବୈଭବଙ୍କୁ ସମନ ଜାରି କରାଯିବାକୁ ନେଇ ମୁଖ୍ୟମନ୍ତ୍ରୀ ଗେହଲୋତ କହିଛନ୍ତି ଯେ ବିଜେପି ଚାହୁଁଛି ଯେ ରାଜସ୍ଥାନବାସୀ କଂଗ୍ରେସ ସରକାରର ନିଶ୍ଚିତ ଗ୍ୟାରେଣ୍ଟିରୁ ବଞ୍ଚିତ ହୁଅନ୍ତୁ। କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ଯେଉଁ କାର୍ଯ୍ୟ କରୁଛି ତାହା ବିଜେପିର ଗୁଣ୍ଡାଗର୍ଦି। ସେହିପରି କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ଇଡି, ସିବିଆଇ ଓ ଆଇଟି ଭଳି ଏଜେନ୍ସିର ବିଜେପିର ଆୟୁଧ ସାଜିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories