BJD Bijuli 480×75 Mob

ଆଇପିଏଲ୍‍ : ୱାର୍ଣ୍ଣରଙ୍କ ସ୍ଥାନନେଲେ ହେଲ୍‍ସ

BJD Bijuli 480×75 Mob
0

ନୂଆଦିଲ୍ଲୀ:ଏପ୍ରିଲ୍‍ ୭ରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍‍ର ୧୧ତମ ସଂସ୍କରଣରେ ସନ୍‍ରାଇଜର୍ସ ଦଳରେ ଅଷ୍ଟ୍ରେଲିଆର ଡେଭିଡ୍‍ ୱାର୍ଣ୍ଣରଙ୍କ ସ୍ଥାନ ନେଇଛନ୍ତି ଇଂଲଣ୍ଡର ବ୍ୟାଟସମ୍ୟାନ୍‍ ଆଲେକ୍‍ସ ହେଲ୍‍ସ। ବଲ୍‍ ଟାମ୍ପରିଂ ମାମଲାରେ ୱାର୍ଣ୍ଣରଙ୍କୁ କ୍ରିକେଟ୍‍ ଅଷ୍ଟ୍ରେଲିଆ ୧୨ ମାସ ପାଇଁ ବାସନ୍ଦ କରିଥିବା ଦୃଷ୍ଟିରୁ ତାଙ୍କୁ ଆଇପିଏଲ୍‍ରୁ ବାସନ୍ଦ କରିଥିଲା ବିସିସିଆଇ। ଏହାକୁ ଦୃଷ୍ଟିରେ ରଖି ୱାର୍ଣ୍ଣରଙ୍କ ସ୍ଥାନରେ ହେଲ୍‍ସଙ୍କୁ ସନ୍‍ରାଇଜର୍ସ ଦଳରେ ସାମିଲ କରାଯାଇଥିବା ବିସିସିଆଇ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
ଗତ ଜାନୁଆରୀରେ ଆୟୋଜିତ ଖେଳାଳି ନିଲାମରେ ହେଲ୍‍ସଙ୍କୁ କୌଣସି ଦଳ କିଣିନଥିଲେ। ୱାର୍ଣ୍ଣର ଆଇପିଏଲ୍‍ରୁ ବାଦ୍‍ ପଡ଼ିବା ପରେ ହେଲ୍‍ସଙ୍କୁ ମୂଳ ମୂଲ୍ୟ ୧ କୋଟି ଟଙ୍କାରେ ସନ୍‍ରାଇଜର୍ସ କିଣିଛି ବୋଲି ବିସିସିଆଇ ତରଫରୁ ସୂଚନା ଦିଆଯାଇଛି। ପୂର୍ବରୁ ହେଲ୍‍ସ ମୁମ୍ବଇ ଇଣ୍ଡିଆନ୍‍ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆଇପିଏଲ୍‍ରେ ଗୋଟିଏ ହେଲେ ମ୍ୟାଚ୍‍ ଖେଳି ନାହାନ୍ତି। ଅଷ୍ଟ୍ରେଲିଆରେ ଖେଳାଯାଉଥିବା ବିଗ୍‍ ବାସ ଲିଗ୍‍ରେ ହେଲ୍‍ସ ଆଡିଲେଡ୍‍ ଷ୍ଟ୍ରାଇକର୍ସ, ହୋବାର୍ଟ ହରିକେନ୍‍ସ ଓ ମେଲବୋର୍ଣ୍ଣ ରେନ୍‍ଗେଡର୍ସ ଦଳ ତରଫରୁ ଖେଳିଛନ୍ତି। ସେହିପରି ପାକିସ୍ତାନ ସୁପର ଲିଗ୍‍ରେ ସେ ଇସଲାମାବାଦ୍‍ ୟୁନାଇଟେଡ୍‍ ଏବଂ କାଉଣ୍ଟିରେ ନର୍ଟିଂହାମସାୟାର ଦଳକୁ ପ୍ରତିନିଧିତ୍ୱ କରିଛନ୍ତି। ଇଂଲଣ୍ଡର ଏକମାତ୍ର ବ୍ୟାଟସମ୍ୟାନ୍‍ ଭାବେ ଅନ୍ତର୍ଜାତୀୟ ଟ୍ୱେଣ୍ଟି୨୦୍‍ରେ ସେ ଶତକ ହାସଲ କରିଛନ୍ତି।

Leave A Reply