www.samajalive.in
Sunday, December 14, 2025
23.1 C
Bhubaneswar

ଭିମସାର ହୃଦରୋଗ ବିଭାଗକୁ ଆସିଲା ନୁତନ ଅତ୍ୟାଧୁନିକ କ୍ୟାଥରାଇଜେସନ ଲ୍ୟାବ

ବୁର୍ଲା: ଭିମସାର ହସପିଟାଲକୁ ଆସିଛି ନୁତନ କ୍ୟାଥେରାଇଜେସନ ଲ୍ୟାବ ଯାହାର ମୁଲ୍ୟ ୫କୋଟି ୫୪ ଲକ୍ଷ ଏବଂ ଯାହାଫଳରେ ଅନେକ ହୃଦରୋଗୀ ଉପକୃତ ହୋଇପାରିବେ ବୋଲି ବିଭାଗୀୟ ସୁତ୍ରରୁ ସୁଚନା ହସ୍ତଗତ ହୋଇଛି। କ୍ୟାଥ ଲ୍ୟାବର ସମସ୍ତ ଯନ୍ତ୍ରପାତି ଆସି ବର୍ତ୍ତମାନ ନୁତନ ହୃଦରୋଗ ବିଭାଗରେ ଲାଗିବା ପରେ ୨୦୧୧ ମସିହାରେ ଏହି କ୍ୟାଥଲ୍ୟାବ ଉଦଘାଟିତ ହୋଇ ଆଧୁନିକ ଅସ୍ତ୍ରୋପଚାର କକ୍ଷର ଉଦଘାଟନି ସମାରୋହ ହୋଇଥିଲା। ଝାରସୁଗୁଡ଼ାରେ ହୃଦରୋଗ ବିଭାଗ ଖୋଲାଯିବା ବିଳମ୍ବ ହେଉଥିବାରୁ ଉକ୍ତ କ୍ୟାଥ ଲ୍ୟାବକୁ ବୁର୍ଲା ଭିମସାରକୁ ଦିଆଯାଇଛି। ତେବେ ଏହି ଅତ୍ୟାଧୁନିକ କ୍ୟାଥେରାଇଜେସନ ଲାବ ବ୍ୟୟ ଅଟକଳ ୫କୋଟି ୫୪ ଲକ୍ଷ ବୋଲି ସୁଚନା ହସ୍ତଗତ ହୋଇଥିବା ବେଳେ ଏଥିରେ ଅନେକ ଅତ୍ୟାଧୁନିକ ଚିକିତ୍ସା ଉପକରଣ ରହିଛି।

ଚଳିତ ଅକ୍ଟୋବର ମାସ ଆଗାମୀ ୨୫ ତାରିଖରୁ ଏହି ଅନ୍ୟାଧୁନିକ କ୍ୟାଥ ଲାବକୁ ବିଭାଗରେ ବ୍ୟବସ୍ତିତ କରାଯିବ ଏବଂ ଏଥିରୁ ଅନେକ ମାତ୍ରାରେ ରୋଗୀ ଉପକୃତ ହେବେ ବୋଲି ବିଭାଗୀୟ ମୁଖ୍ୟ ପ୍ରଫେସର ସୁନିଲ ଶର୍ମା ସୁଚନା ଦେଇଛନ୍ତି। ଏହା ସହିତ ରାଜ୍ୟ ସରକାର, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ସଚିବଙ୍କୁ ପଶ୍ଚିମ ଓଡ଼ିଶାର ବୃହତ୍ତର ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ଏଭଳି ଅତ୍ୟାଧୁନିକ କ୍ୟାଥେରାଇଜେସନ ଲାବ ବ୍ୟବସ୍ତା କାରଯାଇଥିବାରୁ ହୃଦରୋଗ ବିଭାଗୀୟ ମୁଖ୍ୟ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories