www.samajalive.in
Monday, December 15, 2025
27.1 C
Bhubaneswar

ଏହି ୪ଟି ଜିନିଷର ସେବନ କଲେ ଦୂର ହେବ ମଧୁମେହ ସମସ୍ୟା..

ମଧୁମେହ ଓ ଉଚ୍ଚ ରକ୍ତଚାପ ଉଭୟ ଜୀବନଶୈଳୀ ସହ ସମ୍ବନ୍ଧିତ ରୋଗ। ଏହି ରୋଗରୁ ନିଜକୁ ରକ୍ଷା କରିବାକୁ ଓ ସମୟ ପୂର୍ବରୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କିଛି ସରଳ ଉପାୟ ଓ ସ୍ୱତନ୍ତ୍ର ଖାଦ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ନିୟମିତ ରୂପରେ ବ୍ୟାୟାମ କରିବା ମଧ୍ୟ ଆବଶ୍ୟକ।
କଞ୍ଚା ରସୁଣ ଖାଇବା ଦ୍ୱାରା ଖରାପ କୋଲେଷ୍ଟେରୋଲ୍‌‌ କମ୍‌‌ ହୋଇଥାଏ। ଏହା ରକ୍ତରେ ଶର୍କରାର ମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ରସୁଣରେ ଥିବା ପୋଷକ ତତ୍ତ୍ୱ କାରଣରୁ ସକାଳେ ଏହାକୁ ଖାଲିପେଟରେ ଖାଇବା ଦ୍ୱାରା କୋଲେଷ୍ଟେରୋଲ୍‌‌ ଓ ମଧୁମେହ ବହୁ ପରିମାଣରେ କମ୍‌‌ ହୋଇଥାଏ।
ମେଥିଦାନାରେ ଥିବା ପୋଷକ ତତ୍ତ୍ୱ ରକ୍ତରେ ଶର୍କରାର ମାତ୍ରାକୁ ବହୁ ପରିମାଣରେ କମ୍‌‌ କରିଥାଏ। ମେଥି ଦାନାର ସେବନ ଦ୍ୱାରା ଖରାପ କୋଲେଷ୍ଟେରୋଲ୍‌‌ ମଧ୍ୟ କମ୍‌‌ ହୋଇଥାଏ। ମେଥିରେ ଚା’ ପ୍ରସ୍ତୁତ କରି ମଧ୍ୟ ପିଇ ପାରିବେ। ଏହାସହ ରାତିରେ ମେଥି ଦାନା ବତୁରାଇ ସକାଳେ ଏହାର ପାଣିକୁ ମଧ୍ୟ ପିଇପାରିବେ। ଏହାସହ ମେଥି ଶାଗର ମଧ୍ୟ ସେବନ କରି ପାରିବେ।
ତୁଳସୀ ପତ୍ର ଚୋବାଇ ଖାଇବା ଦ୍ୱାରା କୋଲେଷ୍ଟେରୋଲ୍‌‌ କମ୍‌‌ ହୋଇଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ମଧ୍ୟ। ୨୦୧୮ରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ,କୋଲେଷ୍ଟେରୋଲ୍‌‌ ନିୟନ୍ତ୍ରଣ ଓ ହ୍ରାସରେ ତୁଳସୀ ପତ୍ର ଅତ୍ୟନ୍ତ ଲାଭଦାୟକ।
ଅଳସୀ ମଞ୍ଚି ସେବନ ଦ୍ୱାରା ହୃଦୟ ଜନିତ ରୋଗ ଓ ସମସ୍ୟା ହେବାର ସମ୍ଭାବନା ଖୁବ୍‌‌ କମ୍‌‌ ଥାଏ। ଏଥିରେ ଓମେଗା ୩ ଓ ଫ୍ୟାଟି ଏସିଡ୍‌‌ ମଧ୍ୟ ଥାଏ। ଏହା ରକ୍ତରେ ଶର୍କରା ସହ ରକ୍ତଚାପକୁ ମଧ୍ୟ କମ୍‌‌ କରିଥାଏ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories