www.samajalive.in
Sunday, December 14, 2025
19.1 C
Bhubaneswar

ଗଜପତିରେ ଗଡିଲା ‘ଲକ୍ଷ୍ମୀ’

ଗଜପତି :  ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହିତ ଯୋଡିବ। ଗଜପତି ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ କରି ଖୁବ୍‌‌ ଖୁସି। ଆଜି ଗଜପତିରେ ‘ଲକ୍ଷ୍ମୀ’ ବସ୍‌‌ର ଶୁଭାରମ୍ଭ କରି ଉଦବୋଧନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୋଗାଯୋଗରେ ଅସୁବିଧା ଜାଣି ଯୋଜନା ଆରମ୍ଭ କରାଯାଇଛି। ଗାଁକୁ ଗାଁ ସହିତ ଯୋଡିବ ଲକ୍ଷ୍ମୀ ବସ୍‌‌। ଅର୍ଥନୀତି ଓ ଲୋକଙ୍କ ସାମାଜିକ ସମ୍ପର୍କ ମଜଭୂତ ହେବ। ଏହି ଯୋଜନାରେ ରାଜ୍ୟର ୧୦୦୦ରୁ ଅଧିକ ବସ୍‌‌ ଚାଲିବ। ଗଜପତି ଜିଲାର ୧୨୬ ପଞ୍ଚାୟତକୁ ବସ୍‌‌ ସୁବିଧା ମିଳିବ। ଘର ପାଖକୁ ଏହି ବସ୍‌‌ ଆସିବା ସହ ପିଲାଙ୍କୁ ସ୍କୁଲ କଲେଜ ସହ ଯୋଡିବ। ଚାଷୀଙ୍କୁ ମାର୍କେଟ ଓ ରୋଗୀଙ୍କୁ ହସ୍ପିଟାଲ ନେବ। ଲକ୍ଷ୍ମୀ ଯୋଜନା ଘରେ ଘରେ ଖୁସି ଆଣିବ। ଗାଁର ବିକାଶ ପାଇଁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଚାଲିଛି। ଦୁର୍ଗାପୂଜା ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଯୋଗାଯୋଗ ବିକାଶର ଆଧାର। ଲୋକଙ୍କ ସାମାଜିକ ସମ୍ପର୍କ ମଜଭୂତ ହେବ। ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହିତ ଯୋଡିବ।
ଆଜି ଗଜପତିରେ ‘ଲକ୍ଷ୍ମୀ’ ବସ୍‌‌ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ୩୬ଟି ବସ୍‌‌ ଯୋଗାଇଛନ୍ତି ସରକାର। ଜିଲାର ସାତୋଟି ବ୍ଲକରେ ସେବା ଯୋଗାଇବ ବସ୍‌‌। ରାଜ୍ୟର ବିକାଶରେ ସହଯୋଗ କରିବ ‘ଲକ୍ଷ୍ମୀ’। ଗଜପତି ଜିଲାର ୭ ବ୍ଲକରେ ଗଡିଲା ‘ଲକ୍ଷ୍ମୀ’ ବସ।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories