ଇର୍ଫାନ ଜାମ୍ମୁକାଶ୍ମୀର କ୍ରିକେଟ୍‌ ଦଳ ପ୍ରଶିକ୍ଷକ

0

ଶ୍ରୀନଗର- ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନ୍‌ଙ୍କୁ ଜାମ୍ମୁକାଶ୍ମୀର ସିନିୟର କ୍ରିକେଟ୍‌ ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଜାମ୍ମୁକାଶ୍ମୀର କ୍ରିକେଟ୍‌ ଆସୋସିଏସନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆସିକ୍‌ ବୁଖାରି କହିଛନ୍ତି, ରାଜ୍ୟ ସିନିୟର କ୍ରିକେଟ୍‌ ଦଳର ପ୍ରଶିକ୍ଷକ ଓ ଉପଦେଷ୍ଟା ଭାବେ କାର୍ଯ୍ୟ କରିବାକୁ ଇର୍ଫାନଙ୍କ ସହ ଗୋଟିଏ ବର୍ଷ ଚୁକ୍ତି ହୋଇଛି। ଇର୍ଫାନଙ୍କ ଅଭିଜ୍ଞତା ରାଜ୍ୟର ଖେଳାଳିଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବାର ଆଶା କରାଯାଉଛି। ୩୩ ବର୍ଷୀୟ ଇର୍ଫାନ ୨୦୦୩ରୁ ୨୦୧୨ ମଧ୍ୟରେ ଭାରତ ତରଫରୁ ୨୯ଟି ଟେଷ୍ଟ, ୧୨୦ଟି ଦିନିକିଆ ଓ ୨୪ଟି ଟ୍ୱେଣ୍ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଗତ ଦୁଇଟି ଘରୋଇ ସିଜିନ୍‌ରେ ସେ ବରୋଦା ଦଳର ଅଧିନାୟକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

Leave A Reply