www.samajalive.in
Friday, December 12, 2025
23.1 C
Bhubaneswar

କନ୍ଧମାଳ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଏବଂ ବୃକ୍ଷରୋପଣ

କୋଟଗଡ : କୋଟଗଡ ବ୍ଲକର ସଭାଗୃହ ଠାରେ କନ୍ଧମାଳ ଜିଲାଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥରେ ମୋଟ ୧୦୬ ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ଏଥିରେ ରାସନ କାର୍ଡ ,ସ୍କୁଲ ଘର, ଅଙ୍ଗନୱାଡି ଘର, ଗାକୁ ରାସ୍ତା ନିର୍ମାଣ, ପାନୀୟଜଳ ସମସ୍ୟା, ଜମିପଟା, ଆଶାକର୍ମି ନିଯୁକ୍ତି ଆଦି ଏକାଧିକ ସମସ୍ୟା ସମ୍ପର୍କରେ ଅଭିଯୋଗ ଆସିଥିଲା । ଏଥିରେ ଜିଲାପାଳ ବୃନ୍ଦା ଡି. ,ଉପ-ଜଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ,ଏସ୍ଡିପିଓ କୁଶଲକର ଦାଗଦୁ, ଜିଲା ପ୍ରକଳ୍ପ ଅଧିକାରୀ ବିଶ୍ୱନାଥ ବାରିକ,ପିଏ.ଆଇଟିଡିଏ. ରାଜେନ୍ଦ୍ର କୁମାର ରଂଜିତ, ବିଡିଓ କୈଳାସ ଚନ୍ଦ୍ର ମୁର୍ମୁ, ତହସିଲଦାର ଲଖ୍ମଣ ସୋରେନ, ସମିତି ଅଧ୍ୟଖ୍ୟା ସବିତା ମଲିକ ସମେତ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଶେଷରେ କୋଟଗଡର ଗଣମାଧ୍ୟମ ସାମ୍ବାଦିକ ମାନେ ବିଭିନ୍ନ ସମୟରେ ସାମ୍ବାଦିକ ମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗକରି ‘ସାମ୍ବାଦିକ ସୁରକ୍ଷା “ ଆଇନ ଆଣିବେ ନିମନ୍ତେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଜିଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ ଏହା ଜିଲାପାଳ ବୃନ୍ଦା ଡି. ଏବଂ ଅନ୍ୟଅଧିକାରୀମାନେ କୋଟଗଡ ତହସିଲ କାର୍ୟ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ ।

Hot this week

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

Related Articles

Popular Categories