www.samajalive.in
Wednesday, December 10, 2025
26.1 C
Bhubaneswar

ତାଲିବାନ ଆକ୍ରମଣରେ ଆଫଗାନିସ୍ତାନର ୨୨ ପୁଲିସ୍‍ କର୍ମୀ ମୃତ

ହେରାତ : ଆଫଗାନିସ୍ତାନ ପଞ୍ଚାମାଞ୍ଚଳ ଫାରାହ ଜିଲାରେ ରବିବାର ବିଳମ୍ବିତ ରାତିରେ ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୨୨ ଜଣ ପୁଲିସ୍‍ କର୍ମୀଙ୍କ ମୃତ୍ୟୁ ଘଟିଛି। ପୁଲିସ୍‍ ମୁଖପାତ୍ର ମୋହେବୁଲ୍ଲାହ ମୋହେବ ସୋମବାର କହିଛନ୍ତି ଯେ ଫାରହଠାରେ ତାଲିବାନ ଆତଙ୍କବାଦୀ ଏବଂ ପୁଲିସ୍‍ କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଘଟଣାସ୍ଥଳରୁ ୨୨ ଜଣ ପୁଲିସ୍‍ କର୍ମୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। କେତେକ ଆହତ ପୁଲିସ୍‍ କର୍ମୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଅପରପକ୍ଷରେ ତାଲିବାନ ମୁଖପାତ୍ର କ୍ୱାରି ୟୁସୁଫ ଆହମଦି ଦାବି କରିିଛନ୍ତି ଯେ ଗୁଳି ବିନିମୟରେ ୨୫ ଜଣ ପୁଲିସ୍‍ କର୍ମୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ପୁଲିସ୍‍ର ବରିଷ୍ଠ ଅଧିକାରୀ ମଧ୍ୟ ଅଛନ୍ତି। ସେଠାରେ ୪ଟି ଗାଡ଼ିକୁ ଧ୍ୱଂସ କରିଦିଆଯାଇଛି ଓ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ହାତେଇବାରେ ତାଲିବାନ ସଫଳ ହୋଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories