www.samajalive.in
Wednesday, December 10, 2025
26.1 C
Bhubaneswar

ମିଜୋରାମ ବିଧାନସଭା ନିର୍ବାଚନ : ମତଦାନ ପାଇଁ ପ୍ରସ୍ତୁତ ବିଶ୍ୱର ସର୍ବ ବୃହତ ପରିବାର

ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସୋମବାର ସନ୍ଧ୍ୟାରେ ପ୍ରଚାର ଅଭିଯାନ ଶେଷ ହୋଇଥିବା ବେଳେ, ବୁଧବାର ମତଦାନ ଅନୁଷ୍ଠିତ ହେବ। ତେବେ ମତଦାନ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ଏଠାରେ ବସବାସ କରୁଥିବା ବିଶ୍ୱର ସର୍ବ ବୃହତ ପରିବାର।
ରାଜ୍ୟର ଶେରଛିପ ଜିଲ୍ଲାରେ ରହୁଥିବା ଜିଓନା ଚାନାଙ୍କ ପରିବାର ମତଦାନ ପାଇଁ ବେଶ ଉତ୍ସାହିତ ଅଛନ୍ତି। ବିଗତ କିଛି ଦିନ ହେବ ଜିଓନା ଚାନାଙ୍କ ଘରେ ପ୍ରତିଦିନ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀ, ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଭିଡ ଦେଖିବାକୁ ମିଳୁଥିଲା। ଏହି ଛୋଟ ପର୍ବତୀୟ ରାଜ୍ୟରେ ଜିତିବା ଏବଂ ହାରିବାର ବ୍ୟବଧାନ ବହୁତ କମ୍‍ ଥାଏ, ତେବେ ଚାନାଙ୍କ ପରିବାରର ୯୮ଟି ଭୋଟ କୌଣସି ପ୍ରାର୍ଥୀଙ୍କ ଭାଗ୍ୟ ବଦଳାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ଟ୍ରୁଇକୁମ୍‍ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହୁଥିବା ବିଶ୍ୱର ସବୁଠାରୁ ବଡ଼ ପରିବାରର ମୁଖିଆ ହେଉଛନ୍ତି ଜିଓନା ଚାନା। ତାଙ୍କ ପରିବାରର ମୋଟ ସଦସ୍ୟଙ୍କ ସଂଖ୍ୟା ହେଉଛି ୧୬୨ । ୭୪ ବର୍ଷ ବୟସ୍କ ଜିଓନାଙ୍କ ୩୮ ପତ୍ନୀ, ୩୨ ପୁଅ ଏବଂ ୧୮ ଜଣ ଝିଅ ଅଛନ୍ତି। ତାଙ୍କ ନାତି-ନାତୁଣୀଙ୍କ ସଂଖ୍ୟା ହେଉଛି ୪୮। ପରିବାର ସମସ୍ତ ସଦସ୍ୟ ଏକ ଚାରି ମହଲା କୋଠାରେ ଏକାଠି ରହୁଛନ୍ତି। ତେବେ ଏହି ପରିବାରରେ ୯୮ ଜଣ ମତଦାତା ଅଛନ୍ତି। ଯେଉଁମାନଙ୍କର ଭୋଟ ସମଗ୍ର ନିର୍ବାଚନ ମଣ୍ଡଳୀରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ କରିଥାଏ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories