www.samajalive.in
Sunday, December 14, 2025
14.1 C
Bhubaneswar

ହମାସର କାର୍ଯ୍ୟ ଏବେ ଆଇଏସଆଇଏସ ଭଳି ଲାଗିଲାଣି: ବାଇଡ଼େନ୍‌

ତେଲ୍‌ ଅଭିଭ୍‌: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ବୁଧବାର ଇସ୍ରାଏଲ୍‌ରେ ପହଞ୍ଚିଛନ୍ତି। ତାଙ୍କୁ ସ୍ୱାଗତ କରିବା ପାଇଁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ବେନ୍ ଗୁରିୟନ ବିମାନବନ୍ଦରରେ ପୂର୍ବରୁ ଉପସ୍ଥିତ ଥିଲେ। ବାଇଡେନ୍‌ ଏମିତି ସମୟରେ ଇସ୍ରାଏଲରେ ପହଞ୍ଚିଛନ୍ତି, ଯେତେବେଳେ ହମାସ ସହ ଯୁଦ୍ଧ ଅତ୍ୟନ୍ତ ଜଟିଳ ମୋଡ଼ରେ ଅଛି। ଗାଜା ହସ୍ପିଟାଲ ଉପରେ ଆକ୍ରମଣ ପରେ ସ୍ଥିତି ଅଧିକ ଜଟିଳ ହୋଇପଡ଼ିଛି। ଗତ କିଛି ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ହଜାରରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଆମେରିକା ରାଷ୍ଟ୍ରପତିଙ୍କ ଇସ୍ରାଏଲକୁ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।

ଜୋ ବାଇଡେନ୍‌ ଇସ୍ରାଏଲରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ହମାସ୍ ଏପରି ଭୟଙ୍କର କାର୍ଯ୍ୟ କରିଛି ଯେ, ଯାହା ବର୍ତ୍ତମାନ ଆଇଏସଆଇଏସ ଭଳି ଦେଖାଯିବା ଆରମ୍ଭ କଲାଣି। ବାଇଡେନ୍‌ ତାଙ୍କ ସହଯୋଗୀ ଇସ୍ରାଏଲ୍ ଏବଂ ଏହାର ସାମରିକ ଅଭିଯାନକୁ ଦୃଢ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଅକ୍ଟୋବର ୭ରେ ହମାସ ଆକ୍ରମଣରେ ଇସ୍ରାଏଲରେ ବହୁ ସଂଖ୍ୟକ ନିରୀହ ଲୋକଙ୍କର ମୃତ୍ୟୁ ହୋଇଥିଲା। ଯାହା ଭୁଲ୍ ଥିଲା। ମୁଁ ଆଜି ଏଠାରେ ଉପସ୍ଥିତ ରହିବାକୁ ଚାହୁଁଥିଲି। ମୁଁ ଚାହୁଁଛି ଇସ୍ରାଏଲର ଲୋକଙ୍କ ସହ ସାରା ବିଶ୍ବବାସୀ ଜାଣନ୍ତୁ ଯେ, ଆମେରିକାର ଆଭିମୁଖ୍ୟ କ’ଣ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories