ମଙ୍ଗଳବାର ରାଶିଫଳ (୧୭.୧୦.୨୦୨୩) ରାଶିଫଳଧର୍ମ ଅଧ୍ୟାତ୍ମ By samajalive Last updated Oct 17, 2023 Share ମେଷ : ପ୍ରଭୂତ ବିଦ୍ୟା ପ୍ରାପ୍ତିର ସୂଚନା ମିଳୁଛି। ଯଶସ୍ବୀ ହେବେ। ବିଳାସ ବ୍ୟସନ କରିପାରନ୍ତି। ପ୍ରତ୍ୟେକ କାର୍ଯ୍ୟ ନିର୍ଭୟରେ ସମ୍ପାଦନ କରି ପ୍ରଶଂସାର ପାତ୍ର ହେବେ। ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବୃଷ : ମିତ୍ରତା ବୃଦ୍ଧି ହେବ। କ୍ଷେତ୍ରପତି ହୋଇପାରନ୍ତି। ଗ୍ରାମାଧୀଶ ହେବା ଆଶା କରାଯାଏ। ଯାନବାହନ ସୁଖ ମିଳିବ। ନାନା ସୁଖ ଭୋଗ କରିପାରନ୍ତି। ଦେବ ପୂଜ୍ୟ ନିରତ ହେବେ। ନିତ୍ୟାନନ୍ଦ ଭୋଗ କରିବେ। ମିଥୁନ : ଧର୍ମକ୍ରିୟାରତ ହୋଇପାରନ୍ତି। ମନୋଜ୍ଞ ହୋଇପାରନ୍ତି। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତାଦି ଲାଭ କରିପାରନ୍ତି। ବହୁ ସୁଖ ପ୍ରାପ୍ତିର ସୂଚନା ମିଳୁଛି। ସନ୍ତାନ ଲାଳସା ମେଣ୍ଟିପାରେ। ସାଧୁକଲ୍ୟାଣ ପ୍ରାପ୍ତ ହେବେ। କର୍କଟ : ପରଧନରେ ଧନୀ ହୋଇପାରନ୍ତି। ମହିଳାମାନଙ୍କର ହିତକାରୀ ହେବେ। ରସିକ ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ବେଳେବେଳେ ବାଚାଳତା ପ୍ରକାଶ ପାଇପାରେ। ଯୁବକମାନେ କ୍ଷୀଣ ଶରୀର ହେବେ। ସିଂହ : ଧର୍ମ ଧ୍ବଜାଧାରୀ ହୋଇପାରନ୍ତି। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ସଭାସଦ୍ମାନଙ୍କର ଦିଗ୍ଦର୍ଶକ ସାଜିପାରନ୍ତି। ସଦାସର୍ବଦା ହାସ୍ୟମୁଖ ରହିବେ। ପ୍ରତ୍ୟେକ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବେ। କନ୍ୟା : ଶତ୍ରୁତାର ବିନାଶ ଘଟାଇବାରେ ପାରଙ୍ଗମ ହେବେ। ବିବିଧ ଉପାୟରେ ଧନ ଅର୍ଜନ କରି ଆର୍ଥିକ ସ୍ଥିତିକୁ ଦୃଢ଼ ରଖିପାରନ୍ତି। କର୍ମଚଞ୍ଚଳ ରହିବେ। କୀର୍ତ୍ତିମାନ୍ ହୋଇପାରନ୍ତି। ନିର୍ଲୋଭ ହୋଇପାରନ୍ତି। Related Posts ଶନିଦଶା ଭୋଗୁଛନ୍ତି କି ତେବେ ବୁଝିଯାନ୍ତୁ ,… May 19, 2024 କେମିତି କଟିବ ଏ ସପ୍ତାହ, କଣ ରହିଛି ଆପଣଙ୍କ… May 19, 2024 ତୁଳା : ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦେବଦେବୀଙ୍କ ଉପାସନାରେ ମନ ପ୍ରାଣ ଢାଳି ଦେଇପାରନ୍ତି। ଅତିଥି ସତ୍କାର କରି ଜନ୍ମଦିନରେ ଆଶିଷ ଗ୍ରହଣ କରିବେ। ସୁସ୍ଥ ରହିବେ। ବିଛା : ବାଣିଜ୍ୟ କାରବାରରେ ବହୁ ଲାଭ ପାଇବାର ସୂଚନା ମିଳୁଛି। ସବୁ ଲୋକଙ୍କର ପ୍ରିୟପାତ୍ର ହୋଇପାରନ୍ତି। ଧନସମ୍ପଦ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ସୁଖୀ ହେବେ। ଧନୁ : ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। କୀର୍ତ୍ତିମାନ୍ ହେବେ। ଭୋଗୀ ହେବେ। ଗୁଣଜ୍ଞ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଭଲ କାମ କରି ଜନପ୍ରିୟ ହେବେ। ସତ୍ୟବାନ୍ ହେବେ। ମକର : ସନ୍ମାର୍ଗୀ ହେବେ। ଜଣେ ଜ୍ଞାନୀ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ବହୁ ମିତ୍ର ଅର୍ଜନରେ ତତ୍ପରତା ପ୍ରକାଶ ପାଇବ। ସରକାରୀ ଅର୍ଥ ପ୍ରାପ୍ତ ହୋଇପାରନ୍ତି। ବାସଗୃହ ପରିବେଶ ଉତ୍ତମମାନର ହେବ। କୁମ୍ଭ : ବହୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ରାଜପୂଜ୍ୟ ଯୋଗ ଅଛି। ଦେବଭକ୍ତି ଯୁକ୍ତ ହେବେ। ଚାରା ରୋପଣ ଓ ତା’ର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ବ ଦେଇପାରନ୍ତି। ନିସ୍ବାର୍ଥପର ସେବା ଉଚ୍ଚକୋଟୀର ହୋଇପାରେ। ମୀନ : ସଦାସର୍ବଦା ହର୍ଷଯୁକ୍ତ ହେବେ। ଭାଷାର ବିଶୁଦ୍ଧତା ଆପଣଙ୍କୁ ମହାନ୍ କରିପାରେ। ଧନଶାଳୀ ହେବାର ସୂଚନା ମିଳୁଛି। ବହୁ ମୁକ୍ତାର ଅଧିକାରୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିପାରନ୍ତି। Share FacebookTwitterWhatsApp
Comments are closed.