www.samajalive.in
Monday, December 8, 2025
24.1 C
Bhubaneswar

ଶରୀରର ଗଠନ ଅନୁସାରେ ବାଛନ୍ତୁ ଶାଢି

କୁହାଯାଏ ଯେ ଶାଢି ହିଁ ନାରୀର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ଅନ୍ୟ ବସ୍ତ୍ର ତୁଳନାରେ ଶାଢିରେ ନାରୀ ଅଧିକ ସୁନ୍ଦର ଦେଖାଯାଇଥାଏ। ହେଲେ ଖାଲି ଶାଢି ପିନ୍ଧିଦେଲେ ତାହା ଆକର୍ଷଣୀୟ ଦେଖାଯାଇ ନଥାଏ। କେଉଁ ଶାଢି ଆପଣଙ୍କ ପାଇଁ ପ୍ରଯୁଜ୍ୟ ବା କେଉଁ ଶାଢି ଆପଣଙ୍କୁ ମାନିବ ସେ ବିଷୟରେ ଜାଣି ଓ ଶାଢିକୁ ସଜାଡ଼ି ପିନ୍ଧି ଜାଣିଲେ ଏହା ପ୍ରତ୍ୟେକ ନାରୀଙ୍କୁ ଖୁବ୍ ସୁନ୍ଦର ମାନିଥାଏ। ତେଣୁ ଚାଲନ୍ତୁ ଜାଣିବା ଶାଢି ପିନ୍ଧିବା ବେଳେ କେଉଁ ଦିଗ ପ୍ରତି ଧ୍ୟାନ ଦେଲେ ଆପଣ ଅଧିକ ସୁନ୍ଦର ଲାଗିବେ –

ଯଦି ଆପଣ ଖୁବ୍ ଡେଙ୍ଗା ଏବଂ ପତଳା ତେବେ ଅନ୍ୟ ଶାଢି ତୁଳନାରେ ଭାରି କାମ ଯୁକ୍ତ ଧଡ଼ି (ବର୍ଡର) ଥିବା ଓ ବଡ଼ ବୋଲ୍ଡ ପ୍ରିଣ୍ଟ ପଡ଼ିଥିବା ଶାଢି ଚୟନ କରନ୍ତୁ। ଏହା ଆପଣଙ୍କୁ ସୁନ୍ଦର ମାନିବ। ହେଲେ ଡେଙ୍ଗା ହୋଇଥିଲେ ହେଁ ଯଦି ଆପଣ ମୋଟା ତେବେ ଏପରି ଶାଢି ନ ବାଛି ଜର୍ଜେଟ, ସିଫନ୍, ନେଟ୍ ଶାଢି ଭଳି ପତଳା ଏବଂ ହାଲୁକା ଶାଢି ପିନ୍ଧନ୍ତୁ।

- Advertisement -

ଫିକା ରଙ୍ଗର ହେଭି ଏମ୍ବ୍ରୋଏଡରି କାମ ଥିବା ଶାଢି ପତଳା ବା ସ୍ଲିମ୍ ମହିଳାଙ୍କୁ ଭଲ ମାନିଥାଏ। ସେହିପରି ଆପଣ ପତଳା ହୋଇଥିଲେ ପାଟ, ମଠା, କଟନ୍, ଅର୍ଗାଞ୍ଜା ବାଛନ୍ତୁ, ଆକର୍ଷଣୀୟ ଲାଗିବେ।

ଯଦି ଆପଣ ମୋଟା ଓ କେଉଁ ଶାଢି ଆପଣଙ୍କୁ ମାନିବ, ଏନେଇ ଚିନ୍ତିତ ଅଛନ୍ତି ତେବେ ଗାଢ ରଙ୍ଗର ସିଫନ୍, ସିଲ୍କ ଭଳି ଶାଢି ସହ ଲମ୍ବା ହାତ ଥିବା ବା ଫୁଲ୍ସ୍ଲିଭ୍ ବ୍ଲାଉଜ୍ ବାଛନ୍ତୁ। ମନେରଖନ୍ତୁ, କଟନ୍ କିମ୍ବା ଅନ୍ୟ ଭାରି କାମ ଥିବା ଶାଢି ଆଦୌ ବାଛନ୍ତୁ ନାହିଁ, ଏହାଦ୍ବାରା ଆବଶ୍ୟକରୁ ଅଧିକ ମୋଟା ଲାଗିବେ।

ଯଦି ଆପଣଙ୍କ ଶରୀରର ମଧ୍ୟଭାଗ ଅର୍ଥାତ୍ ପେଟ, ଅଣ୍ଟା ଆଦି ଅପେକ୍ଷାକୃତ ମୋଟା ତେବେ ନେଟ୍ କିମ୍ବା ପତଳା ସିଫନ୍ ଭଳି ଶାଢ଼ି ପିନ୍ଧନ୍ତୁ ନାହିଁ। ବରଂ ପାଟ ଏବଂ ଅନ୍ୟ ଭାରି ଶାଢ଼ି ବିଶେଷକରି ଏମ୍ବ୍ରୋଏଡରି କାମ ଥିବା ଶାଢ଼ି ବାଛନ୍ତୁ, ଏହା ଆପଣଙ୍କୁ ଭଲ ମାନିବ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories