www.samajalive.in
Sunday, December 14, 2025
23.1 C
Bhubaneswar

ପ୍ରାଣ ହରାଇଲେଣି ଶତାଧିକ ବିଦେଶୀ ନାଗରିକ

ତେଲ୍‌ ଆବିଭ୍‌: ଯୁଦ୍ଧରେ ଶନିବାର ସୁଦ୍ଧା ଇସ୍ରାଏଲ ଓ ଗାଜାରେ ୧୦୦ରୁ ଅଧିକ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ଅଛନ୍ତି। ହମାସ୍‌ ଆତଙ୍କବାଦୀ କେତେକଙ୍କୁ ପଣବନ୍ଦୀ କରି ରଖିଛନ୍ତି। ସୂଚନାନୁଯାୟୀ, ଆମେରିକାର ସର୍ବାଧିକ ୨୭ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଥାଇଲାଣ୍ଡର ୨୪ ଜଣ ପ୍ରାଣ ହରାଇଛନ୍ତି ଓ ୧୬ ଜଣ ପଣବନ୍ଦୀ ଅଛନ୍ତି। ସେହିପରି ଫ୍ରାନ୍ସର ୧୫ ପ୍ରାଣ ହରାଇଥିଲା ବେଳେ ଅନେକ ନିଖୋଜ ଅଛନ୍ତି। ନେପାଳର ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆର୍ଜେଣ୍ଟିନାର ୭ ମୃତ ଓ ୧୫ ନିଖୋଜ ଅଛନ୍ତି। ୟୁକ୍ରେନ୍‌ର ୭ ମୃତ ଓ ୯ ନିଖୋଜ, ରୁଷିଆର ୪ ମୃତ ଓ ୬ ନିଖୋଜ, ବ୍ରିଟେନ୍‌ର ୪ ମୃତ, କାନାଡ଼ାର ୩ ମୃତ ଓ ୪ ନିଖୋଜ, ଚୀନ୍‌ର ୩ ମୃତ ଓ ୨ ନିଖୋଜ, ଚିଲିର ୪ ମୃତ ଓ ୧ ନିଖୋଜ, ଅଷ୍ଟ୍ରିଆର ୩ ମୃତ ଓ ୨ ନିଖୋଜ, ବେଲାରୁଷ୍‌ର ୩ମୃତ ଓ ୧ ନିଖୋଜ, ଫିଲିପାଇନ୍ସର ୩ ମୃତ ଓ ୩ ନିଖୋଜ, ବ୍ରାଜିଲର ୩ ମୃତ, ପେରୁର ୨ମୃତ ଓ ୩ ନିଖୋଜ, ରୋମାନିଆର ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅଷ୍ଟ୍ରେଲିଆ, ଆଜରବୈଜାନ୍‌, କାମ୍ବୋଡିଆ, ଆୟାରଲାଣ୍ଡ, ପର୍ତ୍ତୁଗାଲ, ସ୍ପେନ୍‌, ସ୍ବିଜରଲାଣ୍ଡ, ତୁର୍କୀ, କଲମ୍ବିଆର ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଜର୍ମାନୀର ଅନେକ ନିଖୋଜ ଥିଲା ବେଳେ ଇଟାଲୀର ୩, ଶ୍ରୀଲଙ୍କାର ୨ ନିଖୋଜ ଅଛନ୍ତି। ମେକ୍ସିକୋର ୨ ପଣବନ୍ଦୀ ଅଛନ୍ତି। ଭାରତର କେହି ମୃତ୍ୟୁମୁଖରେ ପଡ଼ିନଥିବା ସରକାରୀ ଭାବେ କୁହାଯାଇଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories