www.samajalive.in
Saturday, December 6, 2025
15.1 C
Bhubaneswar

ଘରେ କୃତ୍ରିମ ଫୁଲ ରଖିବା ହୋଇଥାଏ ଅଶୁଭ

ଅନେକ ଲୋକ ଅଛନ୍ତି ଯେଉଁମାନେ ଘରର ସୁନ୍ଦରତା ବୃଦ୍ଧି କରିବା ପାଇଁ କୃତ୍ରିମ ବୃକ୍ଷ କିମ୍ବା ଫୁଲ ରଖି ଥାଆନ୍ତି। କିଛି ବର୍ଷ ମଧ୍ୟରେ ସେହି ଫୁଲର ଚାହିଦା ବଢିବାରେ ଲାଗିଛି। କୃତ୍ରିମ ଫୁଲ ଘରେ ରଖିବା ଦ୍ବାରା ସୁନ୍ଦରତା ବଢିଥାଏ କିନ୍ତୁ ଅନେକ ପ୍ରକାରର କ୍ଷତି ହୋଇଥାଏ। ବାସ୍ତୁଶାସ୍ତ୍ରରେ ଏହି ବିଷୟରେ ଅନେକ ତଥ୍ୟ ଦିଆଯାଇଛି। ଏହାକୁ ଘରେ ରଖିବା ଅଶୁଭ ବୋଲି କୁହାଯାଇଛି। କୃତ୍ରିମ ଫୁଲ ଘରେ ନକରାତ୍ମକ ଶକ୍ତି ବୃଦ୍ଧି କରିଥାଏ। ଏହାଦ୍ବାରା ମଧ୍ୟ ପରିବାର ସଦସ୍ୟଙ୍କର ଖୁସିରେ ବାଧା ସୃଷ୍ଟି ହୋଇଥାଏ।ବାସ୍ତୁଶାସ୍ତ୍ର ଅନୁସାରେ, ଘରେ କୃତ୍ରିମ ଫୁଲ ଓ ବୃକ୍ଷ ରଖିବା ଦ୍ବାରା ସମ୍ପର୍କରେ ବାଧା ଉତ୍ପନ୍ନ ହୋଇଥାଏ। ପିଲାମାନଙ୍କର ଉନ୍ନତି କ୍ଷେତ୍ରରେ ଅନେକ ସମସ୍ୟା ଦେଖା ଦେଇଥାଏ। ପରିବାରର ସଦସ୍ୟମାନେ ନିଜ ଲୋକଙ୍କ ଉପରେ ବିଶ୍ବାସ କରିବା ପରିବର୍ତ୍ତେ ବାହାର ଲୋକଙ୍କ ଉପରେ ବିଶ୍ବାସ କରିଥାନ୍ତି। କୃତ୍ରିମ ଫୁଲ ଘରେ ରଖିବା ଦ୍ବାରା ସ୍ବାମୀସ୍ତ୍ରୀଙ୍କ ସମ୍ପର୍କରେ ତିକ୍ତତା ଦେଖା ଦେଇଥାଏ।ବାସ୍ତୁଶାସ୍ତ୍ର ଅନୁସାରେ ଶୁଖିଲା ଫୁଲକୁ ଘରେ ରଖିବା ଅନୁଚିତ। ଏହାକୁ ବାସ୍ତୁଶାସ୍ତ୍ରରେ ଅଶୁଭ ବୋଲି କୁହାଯାଇଛି। ଏହାଦ୍ବାରା ଘରର ସୁଖଶାନ୍ତି ପରିବେଶରେ ବାଧା ସୃଷ୍ଟି ହୋଇଥାଏ। ଘରର ସଦସ୍ୟଙ୍କ ସ୍ବଭାବରେ ପରିବର୍ତ୍ତନ ଆସିଥାଏ। ତାଙ୍କ ମଧ୍ୟରେ ଟିକେ ଟିକେ କଥାରେ କଳହ ହୋଇଥାଏ। ଘରେ ସର୍ବଦା ସତେଜ ଫୁଲ ରଖନ୍ତୁ। ଏହା ଘରେ ରଖିବା ଦ୍ବାରା ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ପରିବାରରେ ସୁଖଶାନ୍ତିର ପରିବେଶ ରହିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories