ବରିଷ୍ଠ ନାଗରିକଙ୍କୁ ନେଇ ସାଇବର ସଚେତନତା ସୃଷ୍ଟି
ବୌଦ୍ଧ : ବୌଦ୍ଧଜିଲା ପୁଲିସ ପକ୍ଷରୁ ସାଇବର ସଚେତନତା ନେଇ ଶନିବାର ଦିନ ବୌଦ୍ଧ ସହରର ବରିଷ୍ଠ ନାଗରିକମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମର୍ଯ୍ୟାକୁଦ ବ୍ରିଜ ଛକଠାରେ ଅତିରିକ୍ତ ଜିଲାପାଳ ଦାରିଦ୍ର୍ୟଭଞ୍ଜନ ମଦନ ମୋହନ ପାତ୍ର ଅତିଥି ଭବେ ଯୋଗ ଦେଇଥିଲେ। ଏଥିରେ ସହରର ବରିଷ୍ଠ ନାଗରିକ ତଥା ସ୍ୱାଧିନତା ସଂଗ୍ରାମୀ ଗୌରମୋହନ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସହରର ବହୁ ବରିଷ୍ଠ ନାଗରିକ, ଯୁବକ, ଛାତ୍ର, ମହିଳାମାନେ ସାମିଲ ହୋଇ ସାଇବର ସଚତନତା ବାର୍ତ୍ତା ନେଇ ଏକ ପଦଯାତ୍ରାରେ ସହର ପରିକ୍ରମା କରିଥିଲେ। ଲୋକମାନେ ସଚେତନ ହେଲେ ସାଇବର ଠକେଇ ଠାରୁ ଦୂରେଇ ପାରିବା ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ପୁଲିସ ଅଧିକାରୀ, କର୍ମଚାରୀମାନେ ସାମିଲ ଥିଲେ।
Comments are closed.