www.samajalive.in
Saturday, December 13, 2025
26.1 C
Bhubaneswar

ଶ୍ୱଶୁର ମାଡ଼ରେ ଗର୍ଭବତୀ ବୋହୁ ଆହତ

ଟିଟିଲାଗଡ଼ : ଟିଟିଲାଗଡ଼ ଥାନା ଅନ୍ତର୍ଗତ ମାର୍ଲାଡ଼ ପଞ୍ଚାୟତ ଵାଲପଦର ଗ୍ରାମରେ ଏକ ଅଭାବନୀୟ ଘଟଣା କ୍ରମେ ଜଣେ ଶ୍ୱଶୁର ନିଜ ଗର୍ଭବତୀ ବୋହୁକୁ ମାଡ଼ ମାରି ଲହୁଲୁହାଣ କରିବା ଆଲୋଡନ ସୃଷ୍ଟି କରିଛି । ଏନେଇ ଟିଟିଲାଗଡ଼ ଥାନାରେ ବୋହୁ ଲିଖିତ ଅଭିଯୋଗ କରିଛି ।
ଅଭିଯୋଗରୁ ପ୍ରକାଶ ଯେ ,୨୦୧୯ ଡିସେମ୍ବର ୮ ତାରିଖରେ ସୁକୁନାଭଟା ଗ୍ରାମର ଯାଦବ ରଣାଙ୍କ ଝିଅ ଯଶୋବନ୍ତି ଵାଲପଦର ଗ୍ରାମର ବୈଚନ୍ଦ୍ର ରଣାଙ୍କ ପୁଅ ସୁରେନ୍ଦ୍ର ରଣାଙ୍କ ସହ ବୈଦିକ ରୀତିରେ ବିବାହ କରିଥିଲେ । ତେବେ ବିବାହ ପୂର୍ବରୁ ଓ ବିବାହ ପରଠାରୁ ଶାଶୁ ଶ୍ୱଶୁର ଅଧିକ ଯୌତୁକ ଦାବି କରି ଆସୁଛନ୍ତି । ଗାଡି, ସୁନା ଯାହା ସମ୍ବଳ ହେଲା ଯଶୋବନ୍ତିଙ୍କ ପିତା ଯୌତୁକ ଦେଇଥିଲେ। ହେଲେ ବିବାହ ପରେ ଅଧିକ ଯୌତୁକ ଦାବି କରି ଶାଶୁ ଶ୍ୱଶୁର ଗାଳିଗୁଲଜ କରି ଆସୁଥିଲେ। ଶାଶୁ ମାଡ଼ ମାରୁଥିଲେ। ନିର୍ୟ୍ୟାତନା ସହି ନପାରି ଅନେକ ଥର ନିଜ ବାପଘରକୁ ଚାଲି ଯାଉଥିଲେ ଯଶୋବନ୍ତି। ବର୍ତମାନ ୫ ମାସର ଗର୍ଭବତୀ ଅଛନ୍ତି ଯଶୋବନ୍ତି । ଏଭଳି ସ୍ଥିତିରେ ମଧ୍ୟ ଆଜି ସକାଳ ପ୍ରାୟ ୮ ଟାରେ ନିଜ ୩ ବର୍ଷର ଝିଅକୁ ଧରି ଛିଡା ହୋଇଥିବା ଯଶୋବନ୍ତିଙ୍କୁ ଶ୍ୱଶୁର ବୈଚନ୍ଦ୍ର ମୁହଁରେ ଏକ ମୁଥ ମାରିବା ନେଇ ତାଙ୍କ ମୁହଁ ଫାଟି ଲହୁଲୁହାଣ ହୋଇଛନ୍ତି । ଯଶୋବନ୍ତି ଘର କାନ୍ଥରେ ପଡ଼ି ଯିବାରୁ ସେ ଧରିଥିବା ଝିଅର ଆଖି ପାଖରେ ଆଘାତ ହୋଇଛି । ଏନେଇ ପାଖ ଘରକୁ ଯାଇ ନିଜ ବାପାଙ୍କୁ ଯଶୋବନ୍ତି ଫୋନ କରି ଶ୍ୱଶୁର ମାଡ଼ ମାରିଥିବା ଜଣାଇଥିଲେ। ଖବର ପାଇ ତାଙ୍କ ବାପା ଏବଂ ଗାଁ ଲୋକେ ଯଶୋବନ୍ତିଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ଥାନାକୁ ଆସି ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ଯଶୋବନ୍ତି ନିଜ ଶ୍ୱଶୁର ଏବଂ ଶାଶୁଙ୍କ ଗାଳିଗୁଲଜ ସହି ଆସୁଥିଲା , ତେବେ ଏଥର ମାରିବାକୁ ଉଦ୍ୟମ ନେଇ ଥାନାର ଦ୍ୱାରସ୍ଥ ହୋଇଥିବା ଯଶୋବନ୍ତିର ବାପା ଯାଦବ କହିଛନ୍ତି। ଘଟଣା ନେଇ ଏକ ମାମଳା ରୁଜୁ ସହ ଅଧିକ ତଦନ୍ତ ଜାରି ରଖିଥିବା ଥାନା ଆଇଆଇସି ମନୋଜ ପଧାନ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories