www.samajalive.in
Monday, December 8, 2025
27.1 C
Bhubaneswar

ବଡ ସଫଳତା ; ପଞ୍ଜାବରେ ଲଶ୍କର-ଏ-ତାଇବାର ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ : ପଞ୍ଜାବରେ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଥିବା ଆତଙ୍କବାଦୀ ମଡ୍ୟୁଲ୍ କୁ ବଡ ଝଟକା ମିଳିଛି। କେନ୍ଦ୍ରୀୟ ଏଜେନ୍ସି ସହିତ ମିଳିତ ଅପରେସନରେ ଅମୃତସର ପୁଲିସ ଦୁଇ ଲଶ୍କର-ଏ-ତାଇବା ଆତଙ୍କବାଦୀଙ୍କୁ ଗିରଫ କରିଛି। ଉଭୟ ଜାମ୍ମୁ କାଶ୍ମୀରର ବାସିନ୍ଦା। ଡିଜିପି ଗୌରବ ଯାଦବ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ,ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ଆଇଇଡି, ଦୁଇଟି ହ୍ୟାଣ୍ଡ ଗ୍ରେନେଡ, ଦୁଇଟି ମାଗାଜିନ୍ ସହିତ ପିସ୍ତଲ, ଟାଇମର୍ ସୁଇଚ୍, ଆଠଟି ଡିଟୋନେଟର ଏବଂ ଚାରିଟି ବ୍ୟାଟେରୀ ଜବତ କରାଯାଇଛି। ଏହି ଆତଙ୍କବାଦୀ ମଡ୍ୟୁଲକୁ ଲଶ୍କର-ଇ-ତାଇବାର ସକ୍ରିୟ ସଦସ୍ୟ ଫିରଡସ୍ ଅହମ୍ମଦ ଭଟ ପରିଚାଳନା କରୁଥିଲା ବୋଲି ଜଣାପଡିଛି। ଆଗାମୀ ଦିନରେ ପଞ୍ଜାବରେ ଆତଙ୍କବାଦୀ ଘଟଣା ଘଟାଇବାକୁ ଯୋଜନା ଚାଲିଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories