ଅହମ୍ମଦାବାଦ୍: ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ତ୍ରୟୋଦଶତମ ସଂସ୍କରଣରେ ଭାରତ ଓ ପାକିସ୍ତାନ ଏପର୍ଯ୍ୟନ୍ତ ଦୁଇଟି ଲେଖାଏଁ ମ୍ୟାଚ ଖେଳିଛନ୍ତି। ଦୁଇ ଦଳ ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ମଧ୍ୟ ହୋଇଛନ୍ତି। ଭାରତ ପକ୍ଷରୁ ବିରାଟ କୋହଲି ୨ଟି ମ୍ୟାଚରୁ ଦୁଇଟି ଅର୍ଦ୍ଧଶତକ ସହ ବିରାଟ ୫୫ ଓ ୮୫ରନ କରିଥିବାବେଳ ରୋହିତ ଶର୍ମା ଆଫଗାନିସ୍ତାନ ବିପକ୍ଷରେ ୧୩୧ରନର ଇନିଂସ ଖେଳିଥିଲେ। ଲୋକେଶ ରାହୁଲ ଅଷ୍ଟ୍ରେଲିଆ ବିପକ୍ଷରେ ଅପରାଜିତ ୯୭ରନ କରି ଦକ୍ଷତାର ପରିଚୟ ଦେଇଛନ୍ତି।ଇଶାନ କିଷନ ପ୍ରଥମ ମ୍ୟାଚରେ ଖାତା ଖୋଲି ପାରିନଥିବାବେଳେ ଦ୍ବିତୀୟ ମ୍ୟାଚରେ ୪୭ରନ କରିଥିଲେ। ଆୟର ପାକିସ୍ତାନ ବିପକ୍ଷରେ ଖେଳିବା ନେଇ ଆଶା କରାଯାଉଛି। ଇଶାନଙ୍କ ବଦଳରେ ଗିଲ୍ ଖେଳିବା ନେଇ ଆଶା କରାଯାଉଛି। ବୋଲିଂରେ ଯଶପ୍ରୀତ୍ ବୁମ୍ରା ୨ଟି ମ୍ୟାଚରୁ ୬ଟି, କୁଳଦୀପ୍ ଯାଦବ ୩ଟିି, ରବୀନ୍ଦ୍ର ଜାଡେଜା ୩ଟି, ହାର୍ଦିକ ପାଣ୍ଡ୍ୟା ୨ଟି ୱିକେଟ ନେଇଛନ୍ତି। ଭାରତ ୫ଜଣ ବ୍ୟାଟ୍ସମ୍ୟାନ, ଦୁଇଜଣ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା, ୩ଜଣ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା, ମହମ୍ମଦ ସାମି ଓ ସାର୍ଦୁଳ ଠାକୁରଙ୍କ ସହ ସ୍ପିନର ଭାବେ କୁଳଦୀପ୍ ଯାଦବଙ୍କୁ ଖେଳାଇବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ପାକିସ୍ତାନ ପାଇଁ ଶୀର୍ଷ ଭାଗ ବ୍ୟାଟିଂ ଚିନ୍ତାଜନକ ହୋଇଛି। ବାବର ଆଜାମ ଦୁଇଟି ମ୍ୟାଚରୁ ୧୫, ଇମାନ ଉଲ୍ ହକ୍ ୨୭ରନ କରିଛନ୍ତି। ମହମ୍ମଦ ରିଜ୍ୱାନ ଦୁଇଟି ମ୍ୟାଚରୁ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ୧୯୯ରନ ଓ ଫକର ଜମାନଙ୍କ ସ୍ଥାନରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ଅବଦୁଲ୍ଲା ସାଫିକ୍ ୧୧୩ରନ କରିଥିଲେ। ସୈଦ ସକିଲ ୯୯ରନ କରିଛନ୍ତି। ବୋଲିଂରେ ସାହିନ ସାହା ଆଫ୍ରିଦି ୨ଟି , ହାରିସ ରୈଫ ୫ଟି, ଓ ହାସନ ଅଲ୍ଲୀ ୬ ଟି, ସାଦବ ଖାନ ୨ଟି ୱିକେଟ ନେଇଛନ୍ତି।
ଭାରତ ଉକ୍ତ ମ୍ୟାଚରେ ମୁଖ୍ୟତଃ ବ୍ୟାଟିଂରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉପରେ ନିର୍ଭର କରିବାବେଳେ ପାକିସ୍ତାନ ମହମ୍ମଦ ରିଜ୍ୱାନ ଓ ବାବର ଆଜାମଙ୍କ ଉପରେ ନିର୍ଭର କରିବ। ବୋଲିଂରେ ଭାରତ ଯଶପ୍ରୀତ ବୁମରା ଓ କୁଳଦୀପ୍ ଯାଦବ, ପାକିସ୍ତାନ ସାହିନ ସାହା ଆଫ୍ରିଦି, ହାସନ ଅଲ୍ଲୀ ଓ ହାରିଶ ରୈଫ ଉପରେ ନିର୍ଭର କରିବ।



