www.samajalive.in
Sunday, December 14, 2025
19.1 C
Bhubaneswar

ଡେଲିଭରି ବୟଙ୍କ ସାମଗ୍ରୀ ନେଇଗଲା ଚୋର

ଉତ୍ତରଭୁବନେଶ୍ୱର : ଜଣେ ଡେଲିଭରି ବୟଙ୍କ ଡେଲିଭରି ସାମଗ୍ରୀକୁ ଦିନ ଦ୍ୱିପ୍ରହରରେ ଚୋରି କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଘଟଣାଟି ସହିଦନଗର ଥାନା ଅଞ୍ଚଳରେ ଘଟିଛି। ସେହି ଘଟଣାରେ ସମ୍ପୃକ୍ତ ଚୋରକୁ ପୁଲିସ ଗିରଫ କରି ଅଦାଲତ ଚାଲାଣ କରିଛି। ତା’ଠାରୁ ସମସ୍ତ ଚୋରି ସାମଗ୍ରୀ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହେଲା ଖାରବେଳନଗର ଥାନା ସୁଧାନିଧିଶ୍ୱର ବସ୍ତି ୟୁନିଟ୍-୯ର ଆଲୋକ ରଣଜିତ।
ପୁଲିସ ସୂଚନା ଅନୁସାରେ, ବୁଧବାର ଅପରାହ୍ଣରେ ଅଭିଯୋଗକାରୀ ଦୀପକ ମହାପାତ୍ର ପ୍ରାୟ ୯୦ହଜାର ଟଙ୍କାର ୪୪ଟି ସାମଗ୍ରୀ ଧରି ବାୟାବାବା ମଠ ଲେନକୁ ଯାଇଥିଲେ। ସେହି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସାମଗ୍ରୀ ଦେବାକୁ ତାଙ୍କ ଘର ପାଖରେ ଗାଡ଼ି ଓ ସାମଗ୍ରୀ ରଖି ଉପରତାଲାକୁ ଯାଇଥିଲେ। ସେତିକିବେଳେ ସେହି ରାସ୍ତାରେ ଯାଉଥିବା ଆଲୋକ ଏକ କାର୍‌ରେ ସାମଗ୍ରୀଗୁଡ଼ିକୁ ନେଇ ପଳାଇଥିଲା। ଡେଲିଭରି ବୟ ଦୀପକ ତଳକୁ ଫେରିଲା ବେଳକୁ ସାମଗ୍ରୀ ନଥିବା ଦେଖି ଆଶ୍ଚର୍ୟ୍ୟ ହୋଇଥିଲେ। ସେ ଏ ସଂକ୍ରାନ୍ତରେ ସହିଦନଗର ଥାନାରେ ଏକ ଅଭିଯୋଗ କରିଥିଲେ। ପୁଲିସ ସେହି ଅଞ୍ଚଳର କିଛି ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ କାର୍‌ର ନମ୍ବରରୁ ଅଭିଯୁକ୍ତକୁ କାବୁ କରିଥିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories