www.samajalive.in
Monday, December 15, 2025
26.1 C
Bhubaneswar

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡ଼ା ପରିଷଦ ସାଧାରଣ ବୈଠକ ଅନୁଷ୍ଠିତ

ଗୋପାଳପୁର: ୨୦୨୩-୨୪ ବର୍ଷ ପାଇଁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କ୍ରୀଡ଼ା ପରିଷଦ ପକ୍ଷରୁ ୫୧ ଲକ୍ଷ ଟଙ୍କାର ବଜେଟ୍‌ ପ୍ରସ୍ତୁତ ହୋଇଥିବା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡ଼ା ପରିଷଦର ସାଧାରଣ ବୈଠକରେ ଏଥିନେଇ ଆଲୋଚନା କରାଯାଇଛି। ବୈଠକରେ ମୁଖ୍ୟଅତିଥି ଭାବେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗଦେଇ କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହିତ କରିବା ପାଇଁ ପରାମର୍ଶ ଦେଇଥିଲେ। ସରକାର କ୍ରୀଡ଼ା ପାଇଁ ଯେଉଁ ଉତ୍ସାହିତ କରୁଛନ୍ତି ତେଣୁ ସବୁ କଲେଜର ଛାତ୍ର ଛାତ୍ରୀ ମାନଙ୍କୁ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କୁଳସଚିବ ସଚ୍ଚିତାନନ୍ଦ ନାୟକ, ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଯୋଗ ଦେଇଥିଲେ। ପ୍ରାରମ୍ଭରେ କ୍ରୀଡା ପରିଷଦର ସଂପାଦକ ପ୍ରଫେସର ଗଣେଶ ସେଠୀ ଅତିଥି ପରିଚୟ ସହ ବାର୍ଷିକ ଆୟ ବ୍ୟୟ ପାଠ କରିଥିଲେ। ତାହାସହ ସମସ୍ତଙ୍କ ସହଯୋଗରେ ଗତବର୍ଷର ବିଭିନ୍ନ ଖେଳ କୁଦ ସ୍ଵଚାରୁ ରୂପେ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ଖେଳ କୁଦ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ବିଶେଷ କରି ବହୁ ବର୍ଷ ପରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ପ୍ରଚେଷ୍ଟାରେ ସର୍ବ ଭାରତୀୟ ଆନ୍ତ ବିଶ୍ୱବିଦ୍ୟାଳୟ ମହିଳା କବାଡି ପ୍ରତିଯୋଗିତାକୁ ଆୟୋଜନ କରାଇ ସଫଳତା ହୋଇଥିବାରୁ କ୍ରୀଡ଼ା ପରିଷଦ ପକ୍ଷରୁ କୁଳପତି ଦାଶଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ୨୦୨୨-୨୩ ବର୍ଷ ପାଇଁ କ୍ରୀଡ଼ା ପରିଷଦର ବଜେଟ୍ ୪୯ ଲକ୍ଷ ୮୫ ହଜାର ଟଙ୍କା ରହିଥିବା ବେଳେ ୫୧ଲକ୍ଷ ୪୧ହଜାର ୬୮୮ ଟଙ୍କା ଖର୍ଚ୍ଚ ହୋଇଥିଲା।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories