www.samajalive.in
Monday, December 8, 2025
27.1 C
Bhubaneswar

ସାତଭାୟା ଗ୍ରାମର ୫୭୧ ପରିବାରକୁ ବଗପାଟିଆଠାରେ ପୁନର୍ବାସ କଲୋନୀରେ ଥଇଥାନ

ଡେସ୍କ: ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ଜୁଆର ଓ ଝଡ଼ ପ୍ରଭାବରେ ସମାୟାନୁକ୍ରମେ ପ୍ରଭାବିତ ବଙ୍ଗୋପସାଗର କୂଳରେ ଥିବା କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ଗ୍ରାମର ୫୭୧ ପରିବାରକୁ ବଗପାଟିଆଠାରେ ପୁନର୍ବାସ କଲୋନୀରେ ଥଇଥାନ କରାଯାଇଛି। ବଗପାଟିଆ ପୁନର୍ବାସ ପ୍ରକଳ୍ପର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରୟାସ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ନାବାର୍ଡ ପକ୍ଷରୁ ସମ୍ଭାବ୍ୟ ସହଯୋଗ ସମ୍ପର୍କିତ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା।

ବଗପାଟିଆ ଥଇଥାନ କଲୋନୀରେ ରାଜ୍ୟ ସରକାରଙ୍କ ତରଫରୁ ବିଜୁ ପକ୍କା ଘର ଯୋଜନାରେ ୫୭୧ଟି ଘର ସମେତ ଅଙ୍ଗନବାଡି କେନ୍ଦ୍ର, ପ୍ରାଥମିକ ସ୍କୁଲ, ହାଇସ୍କୁଲ, ରାଜୀବ ଗାନ୍ଧୀ ସେବା କେନ୍ଦ୍ର, ଗୋଟିଏ ପୋଷ୍ଟ ଅଫିସ, ୬୩ କେ.ଭି.ଏ କ୍ଷମତା ବିଶିଷ୍ଟ ୪ ଟି ଟ୍ରାନସଫରମର ସ୍ଥାପନ ଯାଇଛି। ବିଦ୍ୟୁତ ଲାଇନର ଉନ୍ନତି କରଣ ଓ ବାସିନ୍ଦା ପରିବାରକୁ ଗୋପାଳନ, ଛେଳି ପାଳନ, ମାଛ ଚାଷ ଆଦି ଜିବିକା ନିର୍ବାହରେ ସହାୟତା ପ୍ରୋସାହନ ଦିଆଯିବାର ବ୍ୟବସ୍ଥା କରାଯାଉଛି।

- Advertisement -

ଥଇଥାନ ହୋଇଥିବା ପରିବାରଗୁଡିକ ପଟ୍ଟା ଓ ଚାଷ ଜମି ବଣ୍ଟନ, ପିଲାମାନଙ୍କ ପାଇଁ ଉତ୍ତମ ଶିକ୍ଷା ସୁବିଧା, ଉତ୍ତମ ସଡ଼କ ଓ ଯୋଗାଯୋଗ, ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମି ଆବଶ୍ୟକତା ପୂରଣ ପାଇଁ ନାବାର୍ଡ ତରଫରୁ ଆଗତ ପ୍ରସ୍ତାବରେ ଉପସ୍ଥାପନ କରାଯାଇଥିଲା।

ବଗପାଟିଆ ପୁନର୍ବାସ କଲୋନୀକୁ ଏକ ଆଦର୍ଶ ବସତି ଭାବେ ପରିଣତ କରାଯାଇ ଏହା ଯେପରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉଦାହରଣ ସୃଷ୍ଟି କରିବ, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେବା ସହ ନାବାର୍ଡ କର୍ତ୍ତୃପକ୍ଷକୁ ସବିଶେଷ ଡିପିଆର ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories