www.samajalive.in
Saturday, December 6, 2025
26.1 C
Bhubaneswar

ଶିକ୍ଷୟିତ୍ରୀଙ୍କ ବେକରୁ ଝାମ୍ପି ନେଲେ ଦେଢଲକ୍ଷ ଟଙ୍କାର ସୁନାହାର 

କେଶପୁରାପାଳ : ଲୁଟିଆ ଝାମ୍ପି ନେଲେ ଦେଢଲକ୍ଷ ଟଙ୍କାର ସୁନାହାର । ଦିନକୁ ଦିନ ଲୁଟିଆ ମାନେ ନିଜର କାୟା ବିସ୍ତାର କରିଥିବା ବେଳେ ବୁଧବାର ଅପରାହ୍ନ ସମୟରେ ଚାଲି ଚାଲି ଆସୁଥିବା ଜଣେ ଶିକ୍ଷୟିତ୍ରୀଙ୍କ ଠାରୁ ହଠାତ୍ ଏକ ଯୁନିକନ ଗାଡିରେ ୨ ଜଣ ଦୁର୍ବୃତ୍ତ ଆସି ଦେଢଲକ୍ଷ ଟଙ୍କାର ସୁନାହାର ଲୁଟି ନେଇଛନ୍ତି ।
ସୂଚନା ଯୋଗ୍ୟ, ଘସିପୁରା ଥାନା ଅନ୍ତର୍ଗତ ଶାଳପଡାର ଶାଗଦା ପ୍ରସନ ପତିଙ୍କ ପତ୍ନୀ ଶୁଭଲକ୍ଷ୍ନି ଦେବୀ (୫୪) ଅପରାହ୍ନ ୫ଟା ସମୟରେ ବାରିଗାଁ ପେଟ୍ରୋଲ ପମ୍ପ ନିକଟରେ ଚାଲି ଚାଲି ଶାଳପଡା ଫେରୁଥିବା ସମୟରେ ୨୦ନଂ ଜାତୀୟ ରାଜପଥ ବାରିଗାଁ ପେଟ୍ରୋଲ ପମ୍ପ ନିକଟରେ ହଠାତ୍ ଏକ ଅଜଣା ଯୁନିକନ ବାଇକରେ ୨ ଜଣ  ଖୁବ୍ ଜୋରରେ ଆସି ମହିଳାଙ୍କ ପଛପଟୁ ବେକରେ ପିନ୍ଧିଥିବା ଦେଢଲକ୍ଷ ଟଙ୍କାର ସୁନା ହାରକୁ ଝାମ୍ପି ନେଇ ନିମିଷକ ମଧ୍ୟରେ ଉଭାନ ହୋଇଯାଇଥିଲେ। ଏହା ଦେଖି ଲୋକମାନେ ଲୁଟିଆ ମାନଙ୍କୁ ବାଇକ ଯୋଗେ ପିଛା କରିଥିଲେ। ଲୁଟିଆ ମାନେ ଧରାପଡ଼ି ଯିବା ଭୟରେ ବିଜୁଳି ବେଗରେ ଚାଲିଯାଇଥିଲେ ।
ଏ ସଂପର୍କରେ ଶୁଭଲକ୍ଷ୍ମୀ ଘସିପୁରା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ କେଶ ନଂ ୩୪୩/୨୩ରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଥିବା ବେଳେ ଲୁଟିଆ ସୁନାହାର ନେଇ ପାର ହୋଇ ଯାଇଥିବା ଜଣାପଡ଼ିଛି  । ସବୁଠାରୁ ବଡ଼ କଥା  ବର୍ଷକ ମଧ୍ୟରେ ଆନନ୍ଦପୁର ଅଂଚଳରୁ ୧୦ରୁ ଉର୍ଦ୍ଧ ସ୍ଥାନରୁ ଲୁଟିଆମାନେ ଲୁଟ୍‌‌ କରିଥିବା ଜଣାପଡିଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories