www.samajalive.in
Saturday, December 6, 2025
26.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ବରଦାନ ଫୁଲକୋବି ; ଏମିତି ପ୍ରସ୍ତୁତ କଲେ ହେବ ନାହିଁ ଗ୍ୟାଷ୍ଟ୍ରିକ୍‌‌

ଅନେକ ଲୋକଙ୍କ ପ୍ରିୟ ପନିପରିବା ମଧ୍ୟରେ ଫୁଲକୋବି ନିଶ୍ଚୟ ସାମିଲ ରହିଥାଏ। ପନିପରିବା ବ୍ୟତୀତ ପଲୋଉ,ମଞ୍ଚୁରିଆନ୍‌‌ ଭଳି ଅନେକ ସ୍ୱାଦିଷ୍ଟ ଖାଦ୍ୟ ତିଆରି ପାଇଁ ଫୁଲକୋବିକୁ ବ୍ୟବହାର କରାଯାଏ। ଏହାକୁ ପ୍ରସ୍ତୁତ କରିବାକୁ ଅଧିକ ସମୟ ମଧ୍ୟ ଲାଗେ ନାହିଁ। ଜଳଖିଆ ଠାରୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ ଫୁଲକୋବିକୁ ଖାଦ୍ୟରେ ସାମିଲ କରି ପାରିବେ।
ମାତ୍ର ଅନେକ ସମୟରେ ଦେଖାଯାଏ, ଫୁଲକୋବି ଖାଇବା ସମୟରେ କିଛି ଜଣଙ୍କର ଗ୍ୟାଷ୍ଟ୍ରିକ୍‌‌ ସମସ୍ୟା ସୃଷ୍ଟି ହୋଇଥାଏ। କୋବିରେ ଫାଇବର,ଭିଟାମିନ୍‌‌ କେ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ତେବେ ଜାଣନ୍ତୁ ଫୁଲକୋବିକୁ କିଭଳି ପ୍ରସ୍ତୁତ କଲେ ଓ କେଉଁ ସମୟରେ ଖାଇଲେ ଗ୍ୟାଷ୍ଟ୍ରିକ ସମସ୍ୟା ହେବ ନାହିଁ।
ଫୁଲକୋବିରେ ପ୍ରସ୍ତୁତ ବ୍ୟଞ୍ଜନକୁ ରାତି ବଦଳରେ ଦିନ ସମୟରେ ପ୍ରସ୍ତୁତ କରି ଖାଆନ୍ତୁ। ଦିନଯାକ ମେଟାବୋଲିଜିମ୍‌‌ ଭଲ ଭାବେ କାର୍ଯ୍ୟ କରିଥାଏ। ଏହାସହ ଦିନଯାକ ଅନେକ ଶାରୀରିକ ପରିଶ୍ରମ ମଧ୍ୟ କରାଯାଏ। ଫଳରେ ପାଚନ ତନ୍ତ୍ର ସଠିକ୍‌‌ ଭାବେ କାର୍ଯ୍ୟ କରିବା ସହ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ରାତି ସମୟରେ ମେଟାବୋଲିଜିମ୍‌‌ ଧୀର ହେଉଥିବାରୁ ଗ୍ୟାଷ୍ଟ୍ରିକ୍‌‌ ସମସ୍ୟା ସୃଷ୍ଟି ହୋଇଥାଏ।
କିଛି ପନିପରିବାକୁ ଭଲ ଭାବେ ପ୍ରସ୍ତୁତ କରି ଖାଇବା ଉଚିତ। କଞ୍ଚା ସାମାନ୍ୟ ରହିଲେ ମଧ୍ୟ ଗ୍ୟାଷ୍ଟ୍ରିକ ସମସ୍ୟା ସୃଷ୍ଟି କରେ। ସେଭଳି ପରିବା ମଧ୍ୟରେ ଫୁଲକୋବି ମଧ୍ୟ ସାମିଲ। ସାଲାଡ୍‌‌ରେ କଞ୍ଚା କିମ୍ବା ଅଳ୍ପ ସିଝା ଭାବେ ଫୁଲ କୋବି ଖାଆନ୍ତୁ ନାହିଁ। ଏହାଦ୍ୱାରା ଗ୍ୟାଷ୍ଟ୍ରିକ୍‌‌ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ସର୍ବଦା କୋବିକୁ ଭଲ ଭାବେ ପ୍ରସ୍ତୁତ କରି ଖାଆନ୍ତୁ।
ଫୁଲ କୋବିକୁ ପ୍ରସ୍ତୁତ କରିବା ସମୟରେ ଏଥିରେ କିଛି ସ୍ୱତନ୍ତ୍ର ଜିନିଷ ପକାଇ ପ୍ରସ୍ତୁତ କରନ୍ତୁ। ଏଥିରେ ଅଦା, ଲବଙ୍ଗ ପକାଇ ପ୍ରସ୍ତୁତ କଲେ ଏହା ସ୍ୱାଦିଷ୍ଟ ହେବା ସହ ସହଜରେ ହଜମ ହୋଇଥାଏ। ଗ୍ୟାଷ୍ଟ୍ରିକ ସମସ୍ୟା ହୋଇନଥାଏ।
ହେଙ୍ଗୁ ବର୍ତ୍ତମାନ ନୁହେଁ ବରଂ ଅନେକ ପୁରାତନ ସମୟରେ ଖାଦ୍ୟରେ ବ୍ୟବହୃତ ହେଉଛି। ଏହା ଗ୍ୟାଷ୍ଟ୍ରିକ୍‌‌ ସମସ୍ୟାରୁ ରକ୍ଷା କରିଥାଏ। ତେଣୁ କୋବି ପ୍ରସ୍ତୁତ କରିବା ସମୟରେ ସାମାନ୍ୟ ହେଙ୍ଗୁ ପକାଇ ପ୍ରସ୍ତୁତ କରନ୍ତୁ। ଗ୍ୟାଷ୍ଟ୍ରିକ ସମସ୍ୟାରୁ ରକ୍ଷା କରିବା ସହ ପେଟ ଯନ୍ତ୍ରଣା,ବଦହଜମି ଆଦିକୁ ଦୂର କରିଥାଏ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories