ଆଜମୀର ଦରଘା ବିସ୍ଫୋରଣ ଘଟଣାରେ ବିସ୍ଫୋରକ ଯୋଗଣକାରୀ ଗିରଫ
ଆଜମୀର . – ୨୦୦୭ ମସିହାରେ ଆଜମୀର ଦରଘା ବିସ୍ଫୋରଣ ଘଟଣାରେ ବିସ୍ଫୋରକ ଯୋଗାଇବା ଘଟଣାରେ ଆଣ୍ଟି ଟେରୋରିଷ୍ଟ ସ୍କାଡ୍ ଆଉଜଣକୁ ଗିରଫ କରିଛି । ସୁରେଶ ନାୟର ନାମକ ବ୍ୟକ୍ତିକୁ ଏଟିଏସ୍ ଗିରଫ କରିଛି । ଦୀର୍ଘ ୧୧ ବର୍ଷ ପରେ ବୋମା ଯୋଗଣାକାରୀ ସୁରେଶକୁ ଗିରଫ କରିଛି ।
୨୦୦୭ ମସିହାରେ ଘଟିଥିବା ଏହି ବିସ୍ଫୋରଣରେ ୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଗୁରୁତର ହୋଇଥିଲେ । ସେବେଠାରୁ ସୁରେଶ ଫେରାର ଥିଲା । ତାଙ୍କୁ ଧରାଇ ଦେଲେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ତାକୁ ଖେଡା ଜିଲ୍ଲାର ଥେରସା ନିକଟରୁ ଗିରଫ କରାଯାଇଛି । ଏହାପରେ ଏଟିଏସ୍ ପକ୍ଷରୁ ତାକୁ ପଚରା ଉଚରା କରାଯାଇଛି ।