www.samajalive.in
Saturday, December 6, 2025
15.1 C
Bhubaneswar

ସୂର୍ଯ୍ୟାସ୍ତ ପରେ ଭୁଲରେ ମଧ୍ୟ କାଟନ୍ତୁ ନାହିଁ କେଶ

ସନ୍ଧ୍ୟା ପରେ କରୁଥିବା ଏହି ବର୍ଜନୀୟ କାର୍ଯ୍ୟ କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିବା ସହ ଜୀବନରେ ବହୁ ବାଧାବିଘ୍ନ ମଧ୍ୟ ସୃଷ୍ଟି ହୋଇଥାଏ। ଏହାସହ ସେହି ସମସ୍ତ ବର୍ଜନୀୟ କାର୍ଯ୍ୟ ନକରିବାର କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଜାଣନ୍ତୁ ..

ସୂର୍ଯ୍ୟାସ୍ତ ପରେ ଭୁଲରେ ମଧ୍ୟ ମହିଳା ହୁଅନ୍ତୁ ଅଥବା ପୁରୁଷ କେଶ କାଟିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିବା ସହ ନକରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିଥାଏ।

- Advertisement -

ରାତିରେ ଲୁଗା ସଫା କରିବା ଉଚିତ ନୁହେଁ –

ମାନ୍ୟତା ଅନୁଯାୟୀ, ରାତିରେ ଲୁଗା ସଫା କରିବା ଉଚିତ ନୁହେଁ। ରାତିରେ ଲୁଗା ଧୋଇ ବାହାରେ ଶୁଖାଇବା ଦ୍ୱାରା ଏଥିରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ବ୍ୟକ୍ତିଙ୍କ ଉପରେ କୁପ୍ରଭାବ ପଡ଼ିଥାଏ। ଏହାସହ ସକାଳ ସମୟରେ ସୂର୍ଯ୍ୟଙ୍କ କିରଣରେ ଲୁଗା ଶୁଖିବା ଦ୍ୱାରା ଏଥିରେ ଥିବା ଜୀବାଣୁ ମଧ୍ୟ ନଷ୍ଟ ହୋଇଥାଆନ୍ତି।

ଖାଦ୍ୟପଦାର୍ଥ ଘୋଡ଼ାଇ ରଖିବା ଉଚିତ –
ରାତିରେ କ୍ଷୀର ହେଉ ଅଥବା ଅନ୍ୟ ଖାଦ୍ୟପଦାର୍ଥ ଏହାକୁ ଘୋଡ଼ାଇ ରଖିବା ଉଚିତ। ଏହାକୁ ଫ୍ରିଜରେ ରଖିଲେ ମଧ୍ୟ ଘୋଡ଼ାଇ ରଖିବା ଉଚିତ। ଖାଦ୍ୟ ଖୋଲା ରହିଲେ ଏଥିରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି ମାନ୍ୟତା ରହିଛି। ବୈଜ୍ଞାନିକ କାରଣ ଅନୁଯାୟୀ, ଖାଦ୍ୟ ଖୋଲା ରହିବା ଦ୍ୱାରା ଏଥିରେ ଧୂଳି ଓ ଅନ୍ୟାନ୍ୟ କ୍ଷୁଦ୍ର ଜୀବାଣୁ ପ୍ରବେଶ କରିବା ଦ୍ୱାରା ବିଭିନ୍ନ ରୋଗ ମଧ୍ୟ ହୋଇଥାଏ।

ମାନ୍ୟତା ଅନୁଯାୟୀ, ସୂର୍ଯ୍ୟାସ୍ତ ପରେ ସ୍ନାନ କରିବା ପରେ ମଥାରେ ତିଳକ ଲଗାଇବା ଉଚିତ ନୁହେଁ। ଏହାସହ ଏହାର ବୈଜ୍ଞାନିକ କାରଣ ହେଉଛି ରାତିରେ ଶୋଇବା ସମୟରେ ଏହି ତିଳକ ଅଜାଣତରେ ଆଖି ପଡ଼ିଲେ ଚକ୍ଷୁ ପାଇଁ ଏହା କ୍ଷତିକାରକ ହୋଇଥାଏ।

ରାତିରେ କ୍ଷୀର ପିଇବା ସମୟରେ ଏଥିରେ ସାମାନ୍ୟ କେସର କିମ୍ବା ହଳଦୀ ମିଶାଇ ପିଅନ୍ତୁ। ଖାଲି କ୍ଷୀର ପିଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟା ସହ କାଶ ମଧ୍ୟ ହୋଇଥାଏ। ବାରମ୍ବାର ଦେହ ଖରାପ ହୋଇ ଶୋଇ ରହିଲେ ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories