www.samajalive.in
Friday, December 5, 2025
23.1 C
Bhubaneswar

ଉପଜିଲ୍ଲାପାଳଙ୍କ ଦ୍ବାରା ଆଦିବାସୀ ପରିବାରକୁ ପଟ୍ଟା ବଣ୍ଟନ

ଲକ୍ଷ୍ମୀପୁର: ଜିଲା ଲକ୍ଷ୍ମୀପୁର ତହସିଲର ଲକ୍ଷ୍ମୀପୁର ରାଜସ୍ବ ମଣ୍ଡଳରେ ଦୀର୍ଘ ବର୍ଷ ହେଲା ଘର କରି ରହିଥିବା କାଣୀମୂଷା ଓ ଆମ୍ବଗୁଡ଼ାର ୪୪ ଆଦିବାସୀ ପରିବାରକୁ ସରକାରଙ୍କ ପକ୍ଷରୁ ଘରଡିହ (ଗ୍ରାମକଣ୍ଠ ପ୍ରରମ୍ବକ) ପଟ୍ଟା ପ୍ରଦାନ କରାଯାଇଛି । ଏହି ଅବସରରେ କୋରାପୁଟ ଉପଜିଲାପାଳ ବେଣୁଧର ଶବର ଯୋଗଦେଇ ଏହାକୁ ବଣ୍ଟନ କରିଥିଲେ । ଏଠାରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ତପନ କୁମାର ନାୟକ ,ସହକାରୀ ଜିଲାପାଳ ଭଗବାନ ମୁଦୁଲି ଓ ଅହଲ୍ୟା ନାୟକଙ୍କ ସହିତ ପରିଦର୍ଶକ ରାମଚନ୍ଦ୍ର ବେହେରା , ରାଜସ୍ବ ନିରୀକ୍ଷକ ବିନାୟକ ଶିରିକା ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନା ଯୋଗ୍ୟ, ଦୀର୍ଘ ବର୍ଷ ହେଲା ଅନେକ ଆଦିବାସୀ ପରିବାର ବିଭିନ୍ନ ବସ୍ତିରେ ଘର କରି ରହିଥିଲେ ମଧ୍ୟ ସେମାନଙ୍କୁ ପଟ୍ଟା ପ୍ରଦାନ କରାଯାଇ ନଥିଲା । ଯେଉଁଥିପାଇଁ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ବିଶେଷକରି ଜାତି ପ୍ରମାଣ ପତ୍ର ଠାରୁ ଆରମ୍ଭ କରି ବିଦ୍ୟୁତ ସଂଯୋଗ , ପାଣି ପାଇପ୍ ସଂଯୋଗ କରିବା ପାଇଁ ନାନା ଅସୁବିଧାର ସମ୍ମୁଖିନ ହେଉଥିଲେ। ସରକାରଙ୍କ ପକ୍ଷରୁ ସେମାନଙ୍କୁ ପଟ୍ଟା ପ୍ରଦାନ କରାଯାଇଥିବାରୁ ସେସବୁ ଦୂର ହୋଇପାରିବ ବୋଲି ସେମାନେ ପ୍ରକାଶ କରିବା ସହିତ ଖୁସି ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ଯେଉଁ ମାନେ ଏହି ଭଳି ଘର କରି ରହିଛନ୍ତି କିନ୍ତୁ ପଟ୍ଟା ପାଇ ନାହାଁନ୍ତି ସେମାନଙ୍କୁ ପର୍ୟ୍ୟାୟ କ୍ରମେ ପ୍ରଦାନ କରାଯିବ ବୋଲି ତହସିଲଦାର ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories