ବୌଦ୍ଧ: ସମଗ୍ରଶିକ୍ଷା ବୌଦ୍ଧ ଆନୁକୁଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବୌଦ୍ଧ ଜିଲ୍ଲା ସ୍ତରୀୟ ବିଶ୍ଵ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି। ସକାଳୁ ପ୍ରଥମେ ପ୍ରାୟ ୧୦୦ଜଣ ବାଳିକା ମାନଙ୍କଦ୍ଵାରା ସ୍ଲୋଗାନ ଓ ପ୍ଲାକାର୍ଡ ଦ୍ଵାରା ନଗର ପରିକ୍ରମା ପୂର୍ବକ ଏକ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା। ଉତ୍ସବରେ ମୁଖ୍ୟଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ଯୋଗଦାନ କରି କାର୍ୟ୍ୟକ୍ରମର ଶୁଭ ଉଦ୍ଘାଟନ କରି ବକ୍ତବ୍ୟରେ ଶିଶୁକନ୍ୟା ଦେଶର ଭବିଷ୍ୟତ ସେମାନେ ଯେତେ ଆଗକୁ ବଢିବେ ଦେଶ ସେତେ ଆଗକୁ ଯିବବୋଲି କହିଥିଲେ। ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମଜା ପତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବରେ ବାଲ୍ୟ ବିବାହ ନିରୋଧ ମାର୍ଗଦର୍ଶିକା ପ୍ରବୀଜ୍ଞା ଦାଶ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ଯୋଗଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରି ଶୁଭେଚ୍ଛା ପ୍ରଦାନ କରିଥିବା ବେଳେ ସି॰ଆର॰ସି॰ସି ପ୍ରଜିନା ପାଢୀ ମଞ୍ଚ ପରିଚାଳନା କରିଥିଲେ ଓ ସି॰ଆର॰ସି॰ସି ସତ୍ୟ ନାରାୟଣ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ଉକ୍ତ ଉତ୍ସବରେ ତିନି ବ୍ଲକ ଓ ଏନ॰ଏ॰ ସି॰ ରୁ ପ୍ରାୟ ୧୫୦ ଜଣ ବାଳିକା ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ଓ ସମଗ୍ର ଶିକ୍ଷାର ବାଳିକା ଶିକ୍ଷା ସଂଯୋଜିକା ରାଜଲକ୍ଷ୍ମୀ ପଣ୍ଡାଙ୍କ ଦ୍ଵାରା ବିଭିନ୍ନ ପ୍ରତିଯୋଗୀତା ମଧ୍ୟରେ, ସ୍ଲୋଗାନ ଲିଖନ,ଦଳଗତ ନୃତ୍ୟ, କୌତୁକ ପୋଷାକ ଆଦି ଆୟୋଜିତ ହୋଇଥିଲା।
Popular Categories



