www.samajalive.in
Sunday, December 14, 2025
23.1 C
Bhubaneswar

ଆର୍ନ୍ତଜାତୀୟ ଶିଶୁ କନ୍ୟା ଦିବସ ପାଳିତ

କେନ୍ଦୁଝରଗଡ଼଼: କେନ୍ଦୁଝରର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଓସ୍କା ପକ୍ଷରୁ ବାଂଶପାଳ ବ୍ଲକ ଖଜୁରୀମୁଣ୍ଡୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆର୍ନ୍ତଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି। କେଏନଏଚ୍‌‌ ସହାୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଂଶପାଳ ବ୍ଲକ ଅଧ୍ୟକ୍ଷ ମାନସ କୁମାର ଦେହୁରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁଅ ଓ ଝିଅ ମଧ୍ୟରେ କୌଣସି ଭେଦଭାବ ନରଖି ଶିଶୁ କନ୍ୟାରତ୍ନ ମାନଙ୍କ ଉପଯୁକ୍ତ ଯତ୍ନ ନେବା ସହିତ ସେମାନଙ୍କୁ ସମାନ ସୁବିଧା ଯୋଗାଇ ଦେବାରେ ଗୁରୁତ୍ୱାରୋପ କରିଥିଲେ।

କେନ୍ଦୁଝରର ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନ ଆଇଡିଏ ପରିଚାଳିତ ସଦର ବ୍ଲକ ବନାଯୋଡିସ୍ଥିତ ସାଈ ଆନନ୍ଦ ଗ୍ରୁପ୍‌‌ ଅଫ୍‌‌ ସ୍କୁଲ ଓ ରୋଟାରୀ ଗ୍ରୀନ ମିଳିତ ସହଯୋଗରେ ବିଦ୍ୟାଳୟ ପରିସରରେ ବୁଧବାର ଆର୍ନ୍ତଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି। କେନ୍ଦୁଝର ରୋଟାରୀ ଗ୍ରୀନର ସଭାପତି ସୁଧାଂଶୁ ଶେଖର ପଟ୍ଟନାୟକ, ସମ୍ପାଦିକା ସେବତୀ ସିଂହ, ରୋଟାରିଆନ ଜ୍ୟୋତିରଞ୍ଜନ ମହାପାତ୍ର, ଜଗନ୍ନାଥ ସିଂହଦେଓ, ସୌରଭ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ କନ୍ୟାରତ୍ନଙ୍କ ମହତ୍ତ୍ୱ ଓ ସେମାନଙ୍କର ସମାଜରେ ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିଥିଲେ।

- Advertisement -

ଷ୍ଟାର ଏକାଡେମୀ କେନ୍ଦୁଝର ପକ୍ଷରୁ ବୁଧବାର ଆର୍ନ୍ତଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷା ସୁନୀତା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉପଲକ୍ଷେ କାର୍ଯ୍ୟକ୍ରମରେ ଛାତ୍ରୀମାନେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱଗୀୟା ଇନ୍ଦିରା ଗାନ୍ଧୀ, ସରୋଜିନୀ ନାଇଡୁ, ଲତା ମଙ୍ଗେସକର, ପି.ଭି.ସିନ୍ଧୁ, ସୁଧା ମୂର୍ତ୍ତିଙ୍କ ଭୂମିକାରେ ସୁସଜ୍ଜିତ ହୋଇ ମହିଳାମାନେ ଆମ ଦେଶରେ କିଭଳି ଉଚ୍ଚାସନରେ ଆସୀନ ହୋଇ ଦେଶ ପାଇଁ ଗର୍ବ ଆଣି ଦେଇଛନ୍ତି ସେ ସମ୍ପର୍କରେ ନିଖୁଣ ଅଭିନୟ କରିଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories